ETV Bharat / state

ଟଙ୍କା ଆଗରେ ମମତା ତୁଚ୍ଛ, ମାଆକୁ ହତ୍ୟା ସନ୍ଦେହରେ ପୁଅ ଅଟକ

author img

By

Published : Jun 18, 2022, 5:04 PM IST

Updated : Jun 18, 2022, 5:30 PM IST

ଅନୁଗୋଳରେ ମାଆକୁ ହତ୍ୟା କଲା ପୁଅ । ଟଙ୍କା ପାଇଁ ନିଜ ମାଆକୁ ହତ୍ୟା କରିଥିବା ସନ୍ଦେହରେ ମୃତକଙ୍କ ପୁଅ ଅଟକ । ଅଧିକ ପଢ଼ନ୍ତୁ

ଟଙ୍କା ପାଇଁ ମାଆକୁ ହତ୍ୟା କରିଥିବା ସନ୍ଦେହରେ ପୁଅ ଅଟକ

ଅନୁଗୋଳ: ମାଆ ମମତା ବୁଝିଲାନି ପୁଅ । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଏଭଳି ଦୁଃଖଦ ଘଟଣା ଘଟିଛି ତାଳଚେର କୋଲିୟାରୀ ଥାନା ଅଞ୍ଚଳରେ । ମୃତକ ହେଲେ ଘଣ୍ଟପଡ଼ା ଗ୍ରାମର ଜୁଳେଇ ବିଶ୍ବାଳ । ଘଟଣାସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୁଅକୁ ଅଟକ ରଖିଛି ।

ଟଙ୍କା ଆଗରେ ମମତା ତୁଚ୍ଛ, ମାଆକୁ ହତ୍ୟା ସନ୍ଦେହରେ ପୁଅ ଅଟକ

ସୂଚନା ଅନୁସାରେ, ଜୁଳେଇ ଘରେ ଟିଭି ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାଆକୁ ଟଙ୍କା ମାଗିବା ପରେ ଟଙ୍କା ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ପୁଅ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଥିବାରୁ ମନୋଜକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଅନୁଗୋଳ

Last Updated : Jun 18, 2022, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.