ଅନୁଗୋଳ: ଜିଲ୍ଲା କଣିହାଁ ପୋଲିସ ହାତରେ ଧରାପଡିଛନ୍ତି 7 ଜଣ ଡକାୟତ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିବା ଏକ ପ୍ରେସ ବିବୃତିରେ ସୂଚନା ଦେଇଛି । ଥାନାର ଟାକୁଆ ଗାଁ ଶିବ ମନ୍ଦିର ନିକଟରେ ସେମାନେ ବସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଧରାପଡିଥିବା ପୋଲିସ ସୂଚନା ଦେଇଛି ।
ସେମାନଙ୍କ ଠାରୁ ବିଭିନ ମାରଣାସ୍ତ୍ର, ଗୋଟିଏ କାର, 6ଟି ମୋବାଇଲ ଫୋନ, ଏକ ଇଲେକ୍ଟ୍ରି କଟର ଓ ଲଙ୍କା ଗୁଣ୍ଡା ଜବତ ହୋଇଛି । ଗିରଫମାନଙ୍କ ମଧ୍ୟରେ 6 ଜଣ ହେଲେ ଦେବଗଡ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳର । ସେମାନେ ହେଲେ ନୀତିଆ ହାତୀ, ସୁବାସ ରଣା, ବିଧାନ ନାଏକ , ସୂର୍ଯ୍ୟ ବାଘ , ସୁକାନ୍ତ ରଣା ଓ ସୁଶାନ୍ତ ବେହେରା । ସେହିପରି ଅନ୍ୟ ଅଭିଯୁକ୍ତ ଜଣକ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗୀର ଗାଁର କାଳିଆ ନାଏକ ବୋଲି ପୋଲିସ ସୂଚନା ଦେଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ