ETV Bharat / state

ତୈଳ ଦର ବୃଦ୍ଧି ପ୍ରତିବାଦ, ଗାଡି ଟାଣିଲେ କଂଗ୍ରେସ କର୍ମୀ

author img

By

Published : Jul 14, 2020, 5:35 PM IST

ଅନୁଗୋଳରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ସାଧାରଣ ଜନତା କିଭଳି ଏହାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦ, ଗାଡି ଟାଣିଲେ କଂଗ୍ରେସ କର୍ମୀ
ତୈଳ ଦର ବୃଦ୍ଧି ପ୍ରତିବାଦ, ଗାଡି ଟାଣିଲେ କଂଗ୍ରେସ କର୍ମୀ

ଅନୁଗୋଳ: ବଢ଼ିବାରେ ଲାଗିଛି ତୈଳ ଦର । ଅନୁଗୋଳରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ସାଧାରଣ ଜନତା କିଭଳି ଏହାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ ।

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ନେଇ ଜୋରୋଦାର ପ୍ରତିବାଦ କରିଛି ଅନୁଗୋଳ ଜିଲ୍ଲାର କଂଗ୍ରେସ କମିଟି । ମଙ୍ଗଳବାର ଦଳର ଯୁବ ଓ ଛାତ୍ର ନେତା ମାନେ ଅଭିନବ ଉପାୟରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି । ଏକ ଗାଡିକୁ ରସି ରେ ଭିଡି ଭିଡି ବଜାରରେ ପ୍ରତିବାଦ କରିଛନ୍ତି । ତେଲ ଦର ବଢ଼ୁଥିବାରୁ ଲୋକେ କିଭଳି ଦୁର୍ଦ୍ଦଶା ସମ୍ମୁଖୀନ ହେଉଛନ୍ତି ତାର ପ୍ରତୀକ ପ୍ରଦର୍ଶନ କରିଛି କଂଗ୍ରେସ । ଜିଲା କଂଗ୍ରେସ ଭବନରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ରାଜା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରତିବାଦ ବିକ୍ଷୋଭ ରେ ବହୁ ସଂଖ୍ୟାରେ କଂଗ୍ରେସ ଯୁବ ଓ ଛାତ୍ର ନେତା ସାମିଲ ହୋଇ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.