ETV Bharat / state

ଡକାୟତି ପୂର୍ବରୁ 2 ଡକାୟତ ଗିରଫ

ଡକାୟତି ପୂର୍ବରୁ ଗିରଫ ହେଲେ ଦୁଇ ଡକାୟତ । ଏହା ସହ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

author img

By

Published : Sep 23, 2020, 8:53 AM IST

police arrested two robbers while planning a robbery
ଡକାୟତି ଯୋଜନା ପଣ୍ଡ: 2 ଡକାୟତ ଗିରଫ, ବନ୍ଧୁକ ଜବତ

ଅନୁଗୋଳ:ଡକାୟତି ପୂର୍ବରୁ ଗିରଫ ହେଲେ ଦୁଇ ଡକାୟତ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ । ସୂଚନାମୁତାବକ, ଅନୁଗୋଳ ବଡହୀରା ଅଞ୍ଚଳର ଏକ ଜଙ୍ଗଲିଆ ରାସ୍ତାରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଦେଖି ଅଟକାଇଥିଲା । ପରେ ସେମାନଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ସହ ଅନେକ ମାରଣାସ୍ତ୍ର ପାଇଥିଲା । ପଚରାଉଚରା ପରେ ସେମାନେ ଡକାୟତି ଉଦ୍ୟମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ଗିରଫ ଯୁବକ ଦୁଇ ଜଣ ହେଲେ ଛେଣ୍ତିପଦା ଥାନା ଖୁଙ୍ଗୁରିଆ ଗାଁର ସଞ୍ଜୟ ସାହୁ ଓ ଅଙ୍କୁରପାଳ ଗାଁର ବାବୁଲି ବେହେରା । ପୋଲିସ ସେମାନଙ୍କ ଠାରୁ ବନ୍ଧୁକ ସହ ଦୁଇଟି ମଟର ସାଇକେଲ ଜବତ କରି ତଦନ୍ତ ଜାରି ରଖିଛି । ଏନେଇ ପୋଲିସ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.