ETV Bharat / state

ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସରକାର, ପ୍ରତିବାଦରେ ଏକାଠି ହେଲେ ବୁଦ୍ଧିଜୀବୀ

ଅନୁଗୋଳର ପଞ୍ଚମହଲା ଠାରୁ ବଅଁରପାଳ ପର୍ଯ୍ୟନ୍ତ ୧୨କିମି ରାସ୍ତା ଯିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାର ପ୍ରତିବାଦରେ ଏକାଠି ହେଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସରକାର, ପ୍ରତିବାଦରେ ଏକାଠି ହେଲେ ବୁଦ୍ଧିଜୀବୀ
ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସରକାର, ପ୍ରତିବାଦରେ ଏକାଠି ହେଲେ ବୁଦ୍ଧିଜୀବୀ
author img

By

Published : May 18, 2022, 5:28 PM IST

ଅନୁଗୋଳ: ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଏକ ମୃତ୍ୟୁର ପଥ ପାଲଟିଛି । ପଞ୍ଚମହଲା ଠାରୁ ବଅଁରପାଳ ପର୍ଯ୍ୟନ୍ତ ୧୨କିମି ରାସ୍ତା ଯିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ତୁରନ୍ତ ଏହି ରାସ୍ତାର ମରାମତି ଦାବି କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନୁଗୋଳ ବନ୍ଦ ଡାକରା ଦେବାକୁ ଚେତାବନୀ ଦେଇଛନ୍ତି ।

ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସରକାର, ପ୍ରତିବାଦରେ ଏକାଠି ହେଲେ ବୁଦ୍ଧିଜୀବୀ

ଏନେଇ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମାଗମ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। କମିଟି ତରଫରୁ ଜିଲ୍ଲାପାଳଙ୍କୁ ସାତ ଦିନିଆ ନୋଟିସ ଦିଆଯିବା ନେଇ କୁହାଯାଇଛି । ସେହି ସମୟସୀମା ମଧ୍ୟରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାନଗଲେ ଆସନ୍ତା ୩୦ତାରିଖ ଠାରୁ ଜୋରଦାର ଆନ୍ଦୋଳନ କରାଯିବ । ଆବଶ୍ୟକ ପଡ଼ିଲେ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି ।

ଏହାଛଡା ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଟାଟା କମ୍ପାନୀ ମନଇଚ୍ଛା ବିଲ ଆଦାୟ କରୁଥିବାରୁ ଏଥିପାଇଁ ମଧ୍ୟ କମିଟି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ଅଧ୍ୟାପକ, ଓକିଲ, ଶିକ୍ଷକ, ଡାକ୍ତର, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.