ETV Bharat / state

ହିତାଧିକାରୀ ଚୟନରେ ପାତରଅନ୍ତର, ଆବାସ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି ଲୋକେ

author img

By

Published : Feb 10, 2023, 3:48 PM IST

ଅନୁଗୋଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନରେ ପାତରଅନ୍ତର । ଆବାସ ଯୋଗାଇବା ଦେବା ପାଇଁ ଦାବି କରିଲେ ହିତାଧିକାରୀ । ଅଧିକ ପଢନ୍ତୁ

PM Awas Yojana scam
PM Awas Yojana scam
PM Awas Yojana scam

ଅନୁଗୋଳ: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗାଁଗାଁରେ ଅସନ୍ତୋଷ ଦେଖିବାକୁ ମିଳୁଛି । କେଉଁଠି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡୁଛି ତ ଆଉ କେଉଁଠି ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନୁଗୋଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୯୬୪୪ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୬୧୨୫ ଜଣ ହିତାଧିକାରୀଙ୍କୁ ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇ ଆବାସ ଯୋଜନା ତାଲିକାରୁ ବାଦ ଦିଆ ଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଦୀର୍ଘ ୩ବର୍ଷ ପରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅନୁଗୋଳ ଜିଲ୍ଲାକୁ ୧୮ ହଜାର ୪୨୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି । ତେଣୁ ଆବାସ ବଣ୍ଟନ ପାଇଁ ପଞ୍ଚାୟତଗୁଡିକରେ ରାଜନୀତି ସରଗରମ ରହିଛି । ପୂର୍ବରୁ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରେ ବ୍ୟାପକ ତ୍ରୁଟି ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରିକି ଛାତ ଘର, ମୋଟର ଗାଡି ଓ ଆର୍ଥିକ ସ୍ଵଚଳ ଥିବା ଅନେକ ବ୍ୟକ୍ତିଙ୍କ ନାମରେ ଆବାସ ଥିବା ବେଳେ ବହୁ ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି । ତେଣୁ ଆବାସ ବଣ୍ଟନ ପୂର୍ବରୁ ସରକାର ପ୍ରତ୍ୟକ ପଞ୍ଚାୟତ, ବ୍ଲକ ତଥା ଜିଲ୍ଲା କାର୍ଯ୍ୟାଳୟ ସମେତ ଅନ ଲାଇନରେ ଅଭିଯୋଗ ମାଗିଥିଲେ । ଏହାପରେ ସମଗ୍ର ଜିଲ୍ଲାରୁ ମୋଟ ୨୩୩୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ପ୍ରଶାସନ ତରଫରୁ ପ୍ରତ୍ୟକ ପଞ୍ଚାୟତରେ ୩ ଜଣିଆ କମିଟି ଗଠନ କରାଯାଇ ଅଭିଯୋଗଗୁଡିକର ଯାଞ୍ଚ କରାଯାଇ ୧୦୫୧ ଜଣଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩୪୬୭୧ ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ୯୪୬୬ ଜଣଙ୍କୁ ଅଯୋଗ୍ୟ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୫୨୦୫ ଜଣ ହିତାଧିକାରୀଙ୍କ ଅନୁସନ୍ଧାନ କରାଯାଇ ସେମାନଙ୍କ ମଧ୍ୟରୁ ୬୧୨୫ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ବର୍ତ୍ତମାନ ଜିଲ୍ଲାରେ ମୋଟ ୧୮୦୨୯ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇ ବିଭିନ୍ନ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ସେମାନଙ୍କ ନାମ ତାଲିକା ଲଗା ଯାଇଛି । କିନ୍ତୁ ଅନୁସନ୍ଧାନ ବେଳେ ପାତରଅନ୍ତର ନୀତି ଅବଲମ୍ବନ କରାଯାଇ ଥିବାରୁ ଯେଉଁମାନେ ଘର ପାଇବାକୁ ଯୋଗ୍ୟ ସେମାନଙ୍କ ନାମ ତାଲିକାରୁ ବାଦ ଦିଆ ଯାଇଥିବା ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ଯେଉଁ ୩ଜଣିଆ କମିଟି ଗୁଡିକୁ ଯାଞ୍ଚ କରିବାକୁ ଦାୟିତ୍ୱ ଦିଆ ଯାଇଛି ସେହି କମିଟି ମଧ୍ୟ ସଠିକ ଭାବେ କାମ କରୁ ନଥିବାରୁ ଯୋଗ୍ୟ ହିତାଧିକାରୀ ବାଦ ପଡୁଥିବା ଅଭିଯୋଗ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଆବାସ ବଣ୍ଟନରେ ବ୍ୟାପକ ହେରାଫେରି ହୋଇଥିବା ଅଭିଯୋଗ କରି ବିଜେପି ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରଥିଲା । ତେଣୁ ଏଥର କିଭଳି ସଠିକ ବ୍ୟକ୍ତିଙ୍କୁ ଆବାସ ଯୋଗାଇ ଦିଆଯିବ ସେଥିପ୍ରତି ସରକାର ତତ୍ପର ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛିଯେ,"କୌଣସି ପରିସ୍ଥିତିରେ ମଧ୍ୟ ଅଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଦିଆ ଯିବ ନାହିଁ । ସମସ୍ତ ଅଭିଯୋଗର ଯାଞ୍ଚ କରାଯାଇଛି । ଯେଉଁଠି କିଛି ତ୍ରୁଟି ଦେଖା ଦେଇଛି ତାଲିକାରୁ ବାଦ ଦିଆ ଯାଇଛି ।" ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତର ସାନ୍ତରାପୁର ଗାଁରେ ମାତ୍ର ଜଣେ ହିତାଧିକାରୀଙ୍କ ନାମ ଆବାସ ତାଲିକାରେ ରହିଥିବା ବେଳେ ଶତାଧିକ ଆବେଦନକାରୀଙ୍କ ନାମ ବାଦ ଦିଆ ଯାଇଛି । ଏମିତି ଅନେକ ପଞ୍ଚାୟତ ଅଛି । ତେଣୁ ଏହାକୁ ନେଇ ଚାରିଆଡେ ଅସନ୍ତୋଷ ଦେଖା ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.