ଅନୁଗୋଳ: ଡେରଜାଙ୍ଗ ଜଳ ଭଣ୍ଡାରରେ ଯୁବ ଇଞ୍ଜିନିୟର ନିଖୋଜ ଘଟଣା । ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ମୃତ ଇଞ୍ଜିନିୟର ନାଲକୋ ନଗରର ବିଭାଂଶୁ ହୋତା । ଗତ ୨ଦିନ ଧରି ଜଳ ଭଣ୍ଡାରରେ ନିଖୋଜ ରହିବା ପରେ ଆଜି ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ବିଭାଂଶୁ ଜଳ ଭଣ୍ଡାରକୁ ତାଙ୍କ ତିନି ଜଣ ସାଙ୍ଗଙ୍କ ସହ ବୁଲିବାକୁ ଆସିଥିଲେ । ହଠାତ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିପାରି ନଥିଲେ ।
ଏହା ମଧ୍ୟ ପଢନ୍ତୁ:-ଡ୍ୟାମରେ ଭାସିଗଲେ ଯୁବକ, ମିଳୁନି ପତ୍ତା
ଏନେଇ ଖବରପାଇ ଅନୁଗୋଳ ସଦର ଥାନା ଓ ଜରପଡ଼ା ଥାନା ପୋଲିସ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ପତ୍ତା ନମିଳିବାରୁ ଓଡ୍ରାଫ ଟିମ ମଧ୍ୟ ପହଞ୍ଚି ଖୋଜା ଖୋଜି କରିଥିଲା । ଆଜି ସକାଳେ ଇଞ୍ଜିନିୟରଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରା ଯାଇଥିଲା ।