ETV Bharat / state

ଶିଳ୍ପ ନଗରୀରେ ଗ୍ରାଫାଇଟ ଖଣିର ସନ୍ଧାନ, ବଡ଼କନ୍ତକୁଳର ଉନ୍ନତି ଆଶାରେ ଗ୍ରାମବାସୀ - ଗ୍ରାଫଇଟ ଖଣି

ଆହୁରି ସଫଳତା ସାଉଁଟିବ ଶିଳ୍ପ ନଗରୀ ଅନୁଗୋଳ । ସହରରେ ମିଳିଛି ଗ୍ରାଫାଇଟ ଖଣିର ସନ୍ଧାନ । ୩ମାସ ହେଲା ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ । ଅଧିକ ପଢ଼ନ୍ତୁ

ଅନୁଗୋଳରେ ଗ୍ରାଫାଇଟ ଖଣି ସନ୍ଧାନ
ଅନୁଗୋଳରେ ଗ୍ରାଫାଇଟ ଖଣି ସନ୍ଧାନ
author img

By

Published : Mar 27, 2023, 4:52 PM IST

ଅନୁଗୋଳରେ ଗ୍ରାଫାଇଟ ଖଣି ସନ୍ଧାନ

ଅନୁଗୋଳ: ଜିଲ୍ଲାରେ ଗ୍ରାଫଇଟ ଖଣିର ସନ୍ଧାନ ମିଳିଛି । ଅନୁଗୋଳ ବ୍ଲକର ବଡ଼କନ୍ତକୁଳ ଗାଁ ନିକଟ ପାହାଡ଼ରେ ମିଳିଛି ଏହି ସନ୍ଧାନ । ଏହାପରେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତରଫରୁ ସର୍ଭେ ଓ ଭୂତତ୍ତ୍ବ ପରୀକ୍ଷା ଆରମ୍ଭ ହୋଇଛି । ଗତ ଫେବୃଆରୀ ମାସରୁ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ ଗତିରେ ଚାଲିଛି । ପ୍ରତ୍ୟକ ଦିନ ସର୍ଭେ ଅଧିକାରୀ ଏବଂ ଭୂତତ୍ୱବିତ୍‌ମାନେ ଆସି ସକାଳୁ ସଞ୍ଜ ଯାଏଁ ସର୍ଭେ କାର୍ଯ୍ୟ ଏବଂ ଭୁତତ୍ୱ ପରୀକ୍ଷା ନିରୀକ୍ଷା କରୁଛନ୍ତି ।

ଅନୁଗୋଳ ଜିଲ୍ଲା କୋଇଲା ଖଣି ପାଇଁ ବେସ ଜଣାଶୁଣା । ହେଲେ ଏବେ ଜିଲ୍ଲାରେ ସନ୍ଧାନ ମିଳିଛି ବହୁ ମୂଲ୍ୟବାନ ଗ୍ରାଫଇଟ ଖଣିର ସନ୍ଧାନ । ଓଡିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗ ତରଫରୁ ଏହାକୁ ଗୁରୁତ୍ୱର ସହ ନିଆ ଯାଇଛି । ବିଗତ ୩ମାସ ହେଲା ସର୍ଭେ କାର୍ଯ୍ୟ ଖୁବ ଜୋର୍‌ରେ ଚାଲିଛି । ଜିଲ୍ଲାର ଅନୁଗୋଳ ବ୍ଲକର ବଡ଼କନ୍ତକୁଳ ଗାଁ ନିକଟ ଏକ ପାହାଡରେ ବିପୁଳ ପରିମାଣର ଗ୍ରାଫଇଟ ମହଜୁଦ ଥିବା ଅନୁମାନ କରାଯାଉଛି । ପ୍ରତ୍ୟକ ଦିନ ସେଠାକୁ ସର୍ଭେ ଅଧିକାରୀ, ଭୁତତ୍ୱବିତ ଏବଂ ଅନ୍ୟ ବିଶେଷଜ୍ଞମାନେ ଆସି ସର୍ଭେ ଓ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ବର୍ତ୍ତମାନ ୬ଟି ଲାଇନ କରା ଯାଇଛି। ପ୍ରତ୍ୟେକ ଲାଇନରେ ପ୍ରାଥମିକ ପର୍ଯ୍ୟାୟରେ ୫ଶହ ମିଟର ଲେଖାଏଁ ସର୍ଭେ କରାଯିବା ସହ ଭୂତତ୍ତ୍ବ ପରୀକ୍ଷା କରୁଛନ୍ତି ।

ତେବେ ଏନେଇ ସର୍ଭେ ଅଧିକାରୀ କହିଛନ୍ତି, "ଗ୍ରାଫାଇଟ ଥିବା ନେଇ ଅନୁମାନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୦.୫ବର୍ଗ କିମି ସର୍ଭେ ପାଇଁ ଖଣି ଓ ଇସ୍ପାତ ବିଭାଗକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ପ୍ରାୟ ଶତକଡା ୬୦ଭାଗ ସର୍ଭେ କାମ ଶେଷ ହୋଇ ଯାଇଛି । ସର୍ଭେ କାମ ଶେଷ ହେବା ପରେ ଜିଓଲୋଜି ଫିଜିକାଲ ପରୀକ୍ଷା କରାଯିବ । ଏହାପରେ ଡ୍ରିଲିଂ କରାଯିବ । ଡ୍ରିଲିଂ କରିବା ପରେ ପ୍ରକୃତରେ ଜଣା ପଡିବ କେତେ ପରିମାଣର ଗ୍ରାଫଇଟ ମହଜୁଦ ରହିଛି ।"

ପ୍ରାଥମିକ ପରୀକ୍ଷାରୁ ଜଣା ପଡିଛି ଯେ, ସେଠାରେ ଶତକଡା ୨ରୁ ଶତକଡା ୩୧ଭାଗ ପର୍ଯ୍ୟନ୍ତ ଗ୍ରାଫଇଟ ଅଛି । ଏହାଛଡା ସେଠାରେ ମହଜୁଦ ଥିବା ଗ୍ରାଫଇଟ ଅତ୍ୟନ୍ତ ଭଲ ମାନର । ତେଣୁ ଆଗକୁ ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟାନ୍ୟ ଯାହା ସବୁ କଟକଣା ରହିଛି ସେସବୁର ସମାଧାନ ହେଲେ ଖଣି ଖୋଳା ଯାଇ ପାରିବ । ସରକାରଙ୍କ ତରଫରୁ ନିଲାମ ଦିଆଯାଇ ପାରିବ । ପ୍ରକୃତରେ ଗ୍ରାଫଇଟ ଏକ ମୂଲ୍ୟବାନ ଖଣିଜ ସମ୍ପଦ । ତେଣୁ ଖଣି ଖନନ ହେଲେ ରାଜ୍ୟ ସରକାର ଢେର ଅଧିକ ରାଜସ୍ୱ ପାଇ ପାରିବେ । ଆଖପାଖ ଅଞ୍ଚଳର ଶତାଧିକ ଯୁବକଯୁବତୀ ନିଯୁକ୍ତି ପାଇ ପାରିବେ । ସେ ଅଞ୍ଚଳର ବିକାଶ ହେବ । ସେଠାରେ ଗ୍ରାଫଇଟ ଖଣି ସନ୍ଧାନ ଜଣା ପଡିବା ପରେ ଆଖପାଖ ଗାଁର ଲୋକେ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ସେମାନଙ୍କର ଆର୍ଥିକ ବିକାଶ ହୋଇ ପାରିବ ବୋଲି ଆଶା ରଖିଛନ୍ତି । ଜିଲ୍ଲାରେ ଗ୍ରାଫାଇଟ ଖଣିର ସନ୍ଧାନ ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.