ETV Bharat / state

ଅନୁଗୁଳରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା: ମନ କିଣୁଛି ମାହେଷମତୀ ଗେଟ

ଦେବ ଶିଳ୍ପୀ ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ନାଲୋକ ନଗରୀ । ସୁଉଚ୍ଚ ତୋରଣ ଓ ଆଲୋକସଜ୍ଜା ପ୍ରତିଟି ଦର୍ଶକଙ୍କୁ ଆକୃଷ୍ଟ କରିଛି। ଦେବଶିଳ୍ପୀଙ୍କର ଏହି ପୂଜା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ନାଲକୋରେ ୨୩ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ଵକର୍ମା ।

ଫଟୋ ସୌଜନ୍ୟ : ସମ୍ବାଦଦାତା , ଅନୁଗୁଳ
author img

By

Published : Sep 22, 2019, 5:57 PM IST

ଅନୁଗୁଳ: ନିର୍ମାଣର ଦେବତା ବିଶ୍ଵବିନ୍ଧାଣି ବିଶ୍ଵକର୍ମା । ଯେଉଁଠି ନିର୍ମାଣ ହୁଏ ସେହିଠାରେ ହିଁ ଆରାଧନା କରାଯାଏ ଦେବଶିଳ୍ପୀଙ୍କୁ । ଯାହାଙ୍କ ପୂଜା ପାଇଁ ଆଲୁମିନିୟମ ନଗରି ଏବେ ସାରା ଓଡିଶାରେ ପ୍ରସିଦ୍ଧ । ଆକାଶ ଛୁଆଁ ତୋରଣ ଭଳିକି ଭଳି ଆଲୋକସଜ୍ଜା ଓ ଭିତରର ସାଜ ସଜ୍ଜା ଅକୃଷ୍ଠ କରିଥାଏ ପ୍ରତିଟି ଦର୍ଶକଙ୍କ ମନକୁ । ଯାହା ପାଇଁ ୬ ରୁ ୭ ଦିନ ଧରି ଉତ୍ସବ ମୁଖରିତ ହୋଇଉଠେ ଅନୁଗୋଳ ଜିଲ୍ଲାର ନାଲକୋ ନଗର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା , ଅନୁଗୁଳ

ଦୀର୍ଘ ପ୍ରାୟ ୨୫ ବର୍ଷ ରୁ ଅଧିକ ଦିନ ଧରି ଓଡିଶାର ଆଲୁମିନିୟମ ନଗରି ଭାବେ ପରିଚିତ ଅନୁଗୋଳର ନାଲକୋ ନଗରରେ ଆୟୋଜିତ ହେଉଛି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା । ନିର୍ମାଣ ଦେବତା ଭାବେ ପରିଚିତ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖରିତ ଏବେ ନାଲକୋ ନଗର । ନାଲକୋର ବିଭିନ୍ନ ବିଭାଗ ଯେପରି ପଟଲାଇନ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ ,ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ବିଭାଗ ପକ୍ଷରୁ ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ୧୭ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପୂଜା ଦେଖିବା ପାଇଁ ସଞ୍ଜ ନଇଁଲା କ୍ଷଣି ଲକ୍ଷ ଲକ୍ଷ ଦେଖଣାହାରିଙ୍କ ସୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ଲୋକ ଦେବ ଶିଳ୍ପୀଙ୍କର ଏହି ପୂଜା ଦେଖିବା ପାଇଁ ହେଉଛନ୍ତି ନାଲକୋ ନଗର ମୁହାଁ । ସବୁଠାରୁ ବ୍ୟବବହୁଳ ପୂଜା ଭାବେ ପରିଚିତ ଏହି ପୂଜାଉତ୍ସବ କୁ କେହିବି ହାତ ଛଡା କରୁନାହାଁନ୍ତି ।

ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଟି ପୂଜା କମିଟି ରାଜ୍ୟ ବାହାରରୁ କାରିଗର ମଗାଇ ଭଳିକି ଭଳି ତୋରଣ ନିର୍ମାଣ କରିବା ସହ ମୂର୍ତି ସାଜସଜ୍ଜା ମଧ୍ୟ ଅତି ଉଚ୍ଚକୋଟିର କରାଯାଇଛି । କେଉଁଠି ବୌଦ୍ଧ କୀର୍ତ୍ତିରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଉଛି ତ ଆଉ କେଉଁଠି ଗିଟାର ପ୍ରତିକୃତିର ତୋରଣ ମଧ୍ୟରେ ପୂଜା ପାଉଛନ୍ତି ବିଶ୍ଵନିର୍ମାତା । ସବୁଠାରୁ ବିଶେଷ ଆକର୍ଷଣୀୟ ହୋଇଛି ବାହୁବଳି ଫିଲ୍ମ ର ମାହେଷ୍ମତୀ ଗେଟ ପ୍ରତିକୃତି ରେ ନିର୍ମାଣ ହୋଇଥିବା ତୋରଣ । ପ୍ରାୟ ୨୩ ରୁ ଅଧିକ ମଣ୍ଡପରେ ଭଳିକି ଭଳି ସାଜସଜ୍ଜା ମଧ୍ୟରେ ପୂଜା ପାଉଛନ୍ତି ବିଶ୍ଵକର୍ମା । ଏହା ସହ ପୂଜାରେ ପଡିଥିବା ମିନାବଜାର ଓ ଦୋଲି ପୂଜା ବୁଲାକୁ ଆହୁରି ମଜାଦାର କରୁଛି । ଯାହାର କି ମଜା ନେଉଛନ୍ତି ପୂଜା ବୁଲି ଆସିଥିବା ଦର୍ଶକ ।

ସାତ ଦିନର ବିଶ୍ଵକର୍ମା ପୂଜା ନାଲକୋ ବାସୀଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖୁଥିବା ବେଳେ ବ୍ୟବସାୟୀଙ୍କୁ ଯୋଗାଇଥାଏ ବର୍ଷକର ରୋଜଗାର ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ନିର୍ମାଣର ଦେବତା ବିଶ୍ଵବିନ୍ଧାଣି ବିଶ୍ଵକର୍ମା । ଯେଉଁଠି ନିର୍ମାଣ ହୁଏ ସେହିଠାରେ ହିଁ ଆରାଧନା କରାଯାଏ ଦେବ ଶିଳ୍ପୀ ଙ୍କୁ । ଯାହାଙ୍କ ପୂଜା ପାଇଁ ଆଲୁମିନିୟମ ନଗରି ଏବେ ସାରା ଓଡିଶାରେ ପ୍ରସିଦ୍ଧ । ଆକାଶ ଛୁଆଁ ତୋରଣ ଭଳିକି ଭଳି ଆଲୋକ ସଜା ଓ ଭିତରର ସଜା ସଜା ଅକୃଷ୍ଠ କରିଥାଏ ପ୍ରତୀତି ଦର୍ଶକଙ୍କ ମନକୁ । ଯାହାପାଇଁ ୬ ରୁ ୭ ଦିନ ଧରି ଉତ୍ସବ ମୁଖରିତ ହୋଇଉଠେ ଅନୁଗୋଳ ଜିଲ୍ଲାର ନାଲକୋ ନଗର । Body:Vo – 1
ଦୀର୍ଘ ପ୍ରାୟ ୨୫ ବର୍ଷ ରୁ ଅଧିକ ଦିନ ଧରି ଓଡିଶାର ଆଲୁମିନିୟମ ନଗରି ଭାବେ ପରିଚିତ ଅନୁଗୋଳ ର ନାଲକୋ ନଗରରେ ଆୟୋଜିତ ହେଉଛି ଦେବଶିଳ୍ପୀ ବିବଶକର୍ମ ଙ୍କ ପୂଜା । ନିର୍ମାଣ ର ଦେବତା ଭାବେ ପରିଚିତ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖରିତ ଏବେ ନାଲକୋ ନଗର । ନାଲକୋ ର ବିଭିନ୍ନ ବିଭାଗ ଜେପରି ପଟଲାଇନ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ ,ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ବିଭାଗ ପକ୍ଷରୁ ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ୧୭ ତାରିଖ ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚଳିବାକୁ ଥିବା ପୂଜା ଦେଖିବା ପାଇଁ ସଞ୍ଜ ନଇଁଲା କ୍ଷଣି ଲକ୍ଷ ଲକ୍ଷ ଦେଖଣା ହାରିଙ୍କ ସୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ଦର୍ଶକ ଦେବ ଶିଳ୍ପୀ ଙ୍କର ଏହି ପୂଜା ଦେଖିବା ପାଇଁ ହେଉଛନ୍ତି ନାଲକୋ ନଗର ମୁହାଁ । ସବୁଠାରୁ ବ୍ୟବବହୁଳ ପୂଜା ଭାବେ ପରିଚିତ ଏହି ପୂଜାଉତ୍ସବ କୁ କେହିବି ହାତ ଛଡା କରୁନାହାଁନ୍ତି ।
Byte – 1 ମନୋଜ ବାରିକ, ଦର୍ଶକ
Byte – 2 ନରେନ୍ଦ୍ର କୁମାର ଦେହୁରି , ନାଲକୋ ବାସୀ
Vo – 2
ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରତୀଟି ପୂଜା କମିଟି ରାଜ୍ୟ ବାହାରରୁ କାରିଗର ମଗାଇ ଭଳିକି ଭଳି ତୋରଣ ନିର୍ମାଣ କରିବା ସହ ମୂର୍ତି ସାଜସଜ ମଧ୍ୟ ଅତିଉଚ୍ଚ କୋଠିର କରାଯାଇଛି । କେଉଁଠି ବୌଦ୍ଧ କୀର୍ତ୍ତି ରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଉଛି ତ ଆଉ କେଉଁଠି ଗିଟାର ପ୍ରତିକୃତିର ତୋରଣ ମଧ୍ୟରେ ପୂଜା ପାଉଛନ୍ତି ବିଶ୍ଵନିର୍ମାତା । ସବୁଠାରୁ ବିଶେଷ ଆକର୍ଷଣୀୟ ହୋଇଛି ବାହୁବଳି ଫିଲ୍ମ ର ମାହେଷ୍ମତୀ ଗେଟ ପ୍ରତିକୃତି ରେ ନିର୍ମାଣ ହୋଇଥିବା ତୋରଣ । ପ୍ରାୟ ୨୩ ରୁ ଅଧିକ ମଣ୍ଡପରେ ଭଳି ଭଳି ସଜା ସଜା ମଧ୍ୟରେ ପୂଜା ପାଉଛନ୍ତି ବିଶ୍ଵକର୍ମା । ଏହା ସହ ପୂଜାରେ ପଡିଥିବା ମିନାବଜାର ଓ ଦୋଲି ପୂଜା ବୁଲାକୁ ଆହୁରି ମଜାଦାର କରୁଛି । ଯାହାର କି ମଜା ନେଉଛନ୍ତି ପୂଜା ବୁଲି ଆସିଥିବା ପ୍ରତୀତି ଦର୍ଶକ ।
Byte – 3 ମକସଦା ମହାନ୍ତି , ଦର୍ଶକ
Byte – 4 କ୍ରୀଷ୍ଣା ସ୍ଵାଇଁ, ଦର୍ଶକ
Conclusion:ସାତ ଦିନର ବିଶ୍ଵକର୍ମା ପୂଜା ନାଲକୋ ବାସୀଙ୍କୁ ଗୋଟିଏ ସୂତାରେ ବନ୍ଦୀ ରଖୁଥିବା ବେଳେ ବ୍ୟବସାୟୀ ଙ୍କୁ ଯୋଗାଇଥାଏ ବର୍ଷକର ରୋଜଗାର ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.