ETV Bharat / state

ବିଧାୟକ ବ୍ରଜକିଶୋରଙ୍କ ଗାଡି ପୋଡୁଛି କିଏ ? ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଡିଆଇଜି - anugul news

ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି l ଗାଡି ପୋଡ଼ିବା ଘଟଣାରେ ବିଧାୟକ ନିଜର ପ୍ରତିକ୍ରିୟା ଦେଇ ତାଙ୍କର କାହା ସହ ଶତ୍ରୁତା ରହିଥିବାର ସେ ଜାଣିନାହାଁନ୍ତି ବୋଲି କହିଛନ୍ତି l ଅଧିକ ଖବର ପଢନ୍ତୁ...

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାର ତଦନ୍ତ ଜାରି

author img

By

Published : Dec 10, 2019, 3:53 PM IST

ଅନୁଗୋଳ: ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି l ବିଧାୟକଙ୍କ ନନ୍ଦିରା କ୍ୟାମ୍ପ କାର୍ଯ୍ୟାଳୟ ଏବଂ ହାଣ୍ଡିଧୁଆ ସ୍ଥିତ ତାଙ୍କର ପୈତୃକ ବାସଭବନ ଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅନୁଗୋଳ ଏସପି ଜଗମୋହନ ମୀନା, ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟେରିଆ ଏବଂ ସ୍ଥାନୀୟ ଆଇଆଇସି ପହଞ୍ଚି ତଦନ୍ତ କରିଛନ୍ତି l

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାର ତଦନ୍ତ ଜାରି

ତେବେ ବିଧାୟକ ବ୍ରଜ କିଶୋର ପ୍ରଧାନ ବ୍ୟବହାର କରୁଥିବା ଫରଚ୍ୟୁନର ସିଗମା ଗାଡି ନମ୍ବର(OD-33 L- 3711) ପୋଡ଼ି ଘଟଣା, ହାଣ୍ଡିଧୁଆ ବାସଭବନରେ ନିଆଁ ଲଗାଇବାକୁ ଉଦ୍ୟମ ହେଉ ଅବା ଭୁବନେଶ୍ବର ସରକାରୀ କ୍ବାର୍ଟରରେ ଗାଡ଼ିପୋଡ଼ି ଘଟଣା, ଏଗୁଡ଼ିକ ପଛରେ କି ପ୍ରକାର ରହସ୍ୟ ରହିଛି, ତାହା ଉପରୁ ଏଯାଏ ପର୍ଦ୍ଦାଫାଶ ହୋଇପାରିନି l

ଅପରପକ୍ଷେ ଏ ସମସ୍ତ ଘଟଣାରେ ବିଧାୟକ ନିଜର ପ୍ରତିକ୍ରିୟା ଦେଇ ତାଙ୍କର କାହା ସହ ଶତ୍ରୁତା ରହିଥିବାର ସେ ଜାଣିନାହାଁନ୍ତି ବୋଲି କହିଛନ୍ତି l ତେବେ ଯେ କେହିବି ଏଭଳି କାଣ୍ଡ କରୁଛି ସେ ଧରାପଡିବା ଦରକାର ବୋଲି ସେ କହିଛନ୍ତି । ଶନିବାର ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଉକ୍ତ କାରଟି ରଖାଯାଇଥିଲା । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ଏକ ରୁମରେ ଶୋଇଥିବା ବେଳେ ଦୁର୍ବୃତ୍ତ ଜଣକ ବାହାରୁ କବାଟ ବନ୍ଦ କରି ଦେଇଥିଲେ ।

ତେବେ ବିଳମ୍ବିତ ରାତିରେ ଗାଡିରେ ନିଆଁ ଲାଗିଥିବା ଦେଖି ସେଠାରେ ଥିବା ଡ୍ରାଇଭର ଜଣକ ନିଆଁ ଲିଭାଇଥିଲେ l ଏହାପୂର୍ବରୁ ଗତ ଅଗଷ୍ଟ ମାସ ୧୯ ତାରିଖରେ ଭୁବନେଶ୍ବରସ୍ଥିତ ବିଧାୟକଙ୍କ ବାସଭବନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର, ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା ।

ଏହା ପରେ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆସ୍ଥିତ ବିଧାୟକଙ୍କ ପୈତୃକ ବାସଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା । ସମସ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଟିକନିକ ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି l ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି l Body:ବିଧାୟକଙ୍କ ନନ୍ଦିରା କ୍ୟାମ୍ପ କାର୍ଯ୍ୟାଳୟ ଏବଂ ହାଣ୍ଡିଧୁଆ ସ୍ଥିତ ତାଙ୍କର ପୈତୃକ ବାସଭବନ ଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇ.ଜି ନରସିଂହ ଭୋଳ,ଅନୁଗୋଳ ଏସପି ଜଗମୋହନ ମୀନା,ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟେରିଆ ଏବଂ ସ୍ଥାନୀୟ ଆଇଆଇସି ପହଞ୍ଚି ତଦନ୍ତ କରିଛନ୍ତି l ତେବେ ବିଧାୟକ ବ୍ରଜ କିଶୋର ପ୍ରଧାନ ବ୍ୟବହାର କରୁଥିବା ଫରଚ୍ୟୁନର ସିଗମା ଗାଡି(OD-33 L- 3711) ପୋଡ଼ା ଘଟଣା, ହାଣ୍ଡିଧୂଆ ବାସଭବନରେ ନିଆଁ ଲଗାଇବାକୁ ଉଦ୍ୟମ ହେଉ ଅବା ଭୁବନେଶ୍ୱର ସରକାରୀ କ୍ୱାର୍ଟରରେ ଗାଡ଼ି ପୋଡ଼ା ଘଟଣା ଏଗୁଡ଼ିକ ପଛରେ କି ପ୍ରକାର ରହସ୍ୟ ରହିଛି, ତାହା ଉପରୁ ଏଯାଏ ପର୍ଦ୍ଦାଫାଶ ହୋଇପାରିନି l ଅପରପକ୍ଷେ ଏ ସମସ୍ତ ଘଟଣାରେ ବିଧାୟକ ନିଜର ପ୍ରତିକ୍ରିୟା ଦେଇ ତାଙ୍କର କାହା ସହ ଶତ୍ରୁତା ରହିଥିବାର ସେ ଜାଣି ନାହାନ୍ତି ବୋଲି କହିଛନ୍ତି l ତେବେ ଯେ କେହିବି ଏଭଳି କାଣ୍ଡ କରୁଛି ସେ ଧରାପଡିବା ଦରକାର ବୋଲି କହିସିଛନ୍ତି। ଶନିବାର ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଉକ୍ତ କାରଟି ରଖାଯାଇଥିଲା । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ଏକ ରୁମରେ ଶୋଇ ଥିବା ବେଳେ ଦୁର୍ବୃତ୍ତ ଜଣକ ବାହାରୁ କବାଟ ବନ୍ଦ କରି ଦେଇଥିଲେ । ତେବେ ବିଳମ୍ବିତ ରାତିରେ ଗାଡିରେ ନିଆଁ ଲାଗୁଥିବା ଦେଖି ସେଠାରେ ଥିବା ଡ୍ରାଇଭର ଜଣକ ଦେଖିଵାପରେ ନିଆଁ ଲିଭାଇଥିଲେ l ଏହାପୂର୍ବରୁ ଗତ ଅଗଷ୍ଟ ମାସ ୧୯ ତାରିଖରେ ଭୁବନେଶ୍ୱରସ୍ଥିତ ବିଧାୟକଙ୍କ ବାସଭଵନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର, ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା । ଏହା ପରେ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ।
ବାଇଟ1-ବ୍ରଜ କିଶୋର ପ୍ରଧାନ (ତାଳଚେର ବିଧାୟକ)Conclusion:ସମସ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଟିକନିକ ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି l ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.