ETV Bharat / state

ବିଦାୟ ନେଉଛନ୍ତି ମା’ଲକ୍ଷ୍ମୀ, କମ୍ପୁଛି ଅନୁଗୋଳ

author img

By

Published : Oct 23, 2019, 6:45 PM IST

11 ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଉତ୍ସବର ଭସାଣି ପର୍ବକୁ ଶୃଙ୍ଖଳିତ ଭାବେ ସାରିବାକୁ ଅନୁଗୋଳ ପୂଜା କମିଟି ଲାଗି ପଡିଛନ୍ତି । ରାଜ୍ୟ ବାହାରୁ ବାଜା ବାଣ ସହ ଅନେକ ଲୋକନୃତ୍ୟକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଛି । ଏସମ୍ପର୍କରେ ଅଧିକ ପଢନ୍ତୁ...

ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ

ଅନୁଗୋଳ: ଚାଲିଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣୀ ଉତ୍ସବ । ଅପରାହ୍ନ ୨ ଟା ରୁ ଆରମ୍ଭ ହୋଇଛି ଭସାଣୀ ଶୋଭାଯାତ୍ରା । ଗତ 11 ଦିନ ଧରି ଚାଲିଥିବା ଉତ୍ସବର ଏହି ଭସାଣୀ ପର୍ବକୁ ଶୃଙ୍ଖଳିତ ଭାବେ ସାରିବାକୁ ପୂଜା କମିଟି ଲାଗି ପଡିଛନ୍ତି । ଭସାଣୀ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ବାହାରୁ ବାଜା ବାଣ ସହ ଅନେକ ଲୋକନୃତ୍ୟକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଇଛି ।

ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ

୧୧ ଟି ମେଢ ମିଳିତ ଶୋଭାଯାତ୍ରାରେ ସାମିଲ ହୋଇ ବାହାରିଛନ୍ତି ଭସାଣୀ ଶୋଭାଯାତ୍ରାରେ । ଅନୁଗୋଳ ଥାନା ଛକରୁ ମେଢ ଗୁଡିକ ଏକାଠି ହେବାପରେ ଚାଲିଛି ଶୋଭାଯାତ୍ରା । ଗୋଟିଏ ପରେ ଗୋଟିଏ ମେଢ ସହର ପରିକ୍ରମା କରୁଛନ୍ତି । ବାଜାବାଣ ଓ ପାରମ୍ପରିକ ନୃତ୍ୟଗୀତରେ କମ୍ପୁଛି ସାରା ସହର । ସହର ପରିକ୍ରମା କରି ମେଢ ଗୁଡିକ ହାଇସ୍କୁଲ ପଡିଆରେ ଏକତ୍ରିତ ହେବେ । ଏହା ପରେ ଆରମ୍ଭ ହେବ ଆତସବାଜି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଚାଲିଛି ଅନୁଗୋଳ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭାଷାଣୀ ଉତ୍ସବ । ଅପରାହ୍ନ ୨ ଟା ରୁ ଆରମ୍ଭ ହୋଇଛି ଭଷାଣ ଉତ୍ସବ । Body:ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜାର ର ଭାଷାଣି ଶୋଭାଯାତ୍ରା । ଗତ 11 ଦିନ ଧରି ଚାଲିଥିବା ପୂଜା ଉତ୍ସବର ଏହି ଭାଷାଣି ପର୍ବ କୁ ଶୃଙ୍ଖଳିତ ଭାବେ ସାରିବାକୁ ପୂଜା କମିଟି ମାନେ ଲାଗି ପଡିଛନ୍ତି । ଭାଷାଣି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ବାହାର ବାଜା ବାଣ ସହ ଏନେକ ଲୋକ ନୃତ୍ୟୁ ଏହି ଶୋଭାଯାତ୍ରାରେ ରେ ସାମିଲ ହୋଇଛନ୍ତି । ୧୧ ଟି ମେଢ ମିଳିତ ଶୋଭାଯାତ୍ରା ରେ ସାମିଲ ହୋଇ ବାହାରିଛନ୍ତି ଭାଷାଣୀ ଶୋଭାଯାତ୍ରା ରେ । ଅନୁଗୋଳ ଥାନା ଛକ ରୁ ମେଢ ଗୁଡିକ ଏକାଠି ହେବାପରେ ଚାଲିଛି ଶୋଭାଯାତ୍ରା । ଗୋଟିଏ ପରେ ଗୋଟିଏ ମେଢ ସହର ପରିକ୍ରମା କରୁଛନ୍ତି । ବାଜାବାଣ ଓ ପାରମ୍ପରିକ ନୃତ୍ୟଗୀତାରେ କମୁଛି ସାରା ସହର । Conclusion:ସହର ପରିକ୍ରମା କରି ମେଢ ଗୁଡିକ ହାଇ ସ୍କୁଲ ପଡିଆ ରେ ଏକତ୍ରିତ ହେବେ । ଏହା ପରେ ଆରମ୍ଭ ହେବ ଆତଶବାଦୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.