ETV Bharat / state

ଅନୁଗୋଳରୁ 26 ଲକ୍ଷର ଧଳାଜହର ଜବତ, ଜଣେ ଗିରଫ

ଅନୁଗୋଳରେ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ଜଣେ ଅଭିଯୁକ୍ତକୁ ଗିରଫ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

huge quantity of brown sugar seized
huge quantity of brown sugar seized
author img

By

Published : Feb 10, 2023, 9:45 AM IST

huge quantity of brown sugar seized

ଅନୁଗୋଳ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର ବିକ୍ରି କରୁଛନ୍ତି ମାଫିଆ । ଏହାକୁ ସେବନ କରି ଦିନ ପ୍ରତିଦିନ ଘଟୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡ । ନିଶାକାରବାରରେ ରୋକ ଲଗାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରୁଛି ପୋଲିସ । କିନ୍ତୁ ଅବକାରୀ ବିଭାଗର ଭୟକୁ ବେଖାତିର କରି ବ୍ରାଉନସୁଗାର ବିକ୍ରି କରିବାରେ ଲାଗିଛନ୍ତି ମାଫିଆ ।

ଅନୁଗୋଳରେ ମଧ୍ୟ ବୃଦ୍ଧି ହେବାରେ ଲାଗିଛି ଧଳା ଜହର କାରବାର । ଦିନକୁ ଦିନ ନିଶାଡିଙ୍କ ଚରା ଭୂଇଁ ପାଲଟୁଛି ଶିଳ୍ପ ନଗରୀ । ଜିଲ୍ଲାର ନାଲକୋ ଥାନା ଅଞ୍ଚଳରେ ଏହି କାରବାର ବଢୁଥିବା ବେଳେ ଲଗାତାର ଦୁଇ ଦିନ ଧରି ଚଢାଉ ଜାରି ରଖିଛି ଅବକାରୀ ବିଭାଗ । ଗତକାଲି ନାଲକୋ ନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ 255 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଗିରାଙ୍ଗ ଗାଁର ସନ୍ତୋଷ ସାହୁ ।

ସୂଚନା ଅନୁସାରେ, ସନ୍ତୋଷ ସାହୁ ବ୍ରାଉନସୁଗାର କାରବାର କରୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଗତକାଲି ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ତାକୁ ମାଡି ବାସିଥିଲେ । ଆଉ ଯାଞ୍ଚ ବେଳେ ତା ନିକଟରୁ 255 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 26 ଲକ୍ଷ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ।

ଗତ ଡିସେମ୍ବର ମାସରେ ଭୁବନେଶ୍ୱର ୟୁନିଟ 1, ଜିଇଡି କଲୋନୀରୁ 153 ଗ୍ରାମର‌ ବ୍ରାଉନସୁଗାର ଜବତ କରିଥିଲା ଅବକାରୀ ବିଭାଗ । ଏଥିସହ ଜଣଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତ ହେଉଛି ଉତ୍ତମ ନାୟକ । ଇଣ୍ଡୋର ହଲ ଛକ ସ୍ଥିତ ଏକ କ୍ୟାବିନରେ ବ୍ରାଉନସୁଗାର ବିକିବା ବେଳେ ସାଧା ପୋଷାକରେ ଆସିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ବ୍ରାଉନସୁଗାର ବିକ୍ରୟ କରିଥିଲା ଅଭିଯୁକ୍ତ । ଏହି ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଯାଞ୍ଚ କିବା ପରେ 153 ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା ଯୁବକଙ୍କ ନିକଟରୁ । ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷ 30 ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.