ETV Bharat / state

ବନ୍ୟା ପାଣିରେ ଭାସୁଛି ଅନୁଗୋଳର ସାତକୋଶିଆ - ବନ୍ୟା ପାଣିରେ ଭାସୁଛି ଅନୁଗୋଳର ସାତକୋଶିଆ

ମହାନଦୀର ବନ୍ୟାଜଳ ପ୍ରବେଶ କରିବାରୁ ଅନୁଗୋଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଅଧିକ ପଢନ୍ତୁ

ବନ୍ୟା ପାଣିରେ ଭାସୁଛି ଅନୁଗୋଳର ସାତକୋଶିଆ
ବନ୍ୟା ପାଣିରେ ଭାସୁଛି ଅନୁଗୋଳର ସାତକୋଶିଆ
author img

By

Published : Aug 16, 2022, 6:52 AM IST

ଅନୁଗୋଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୋଳର ବିଭିନ୍ନ ବ୍ଳକରେ ବନ୍ୟାପାଣି ପ୍ରବେଶ କରିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧିପାଉଛି ।

ବନ୍ୟା ପାଣିରେ ଭାସୁଛି ଅନୁଗୋଳର ଟିକରପଡା

ଫଳରେ ଅନୁଗୋଳ ଜିଲ୍ଲାର କେତେକ ବ୍ଲକରେ ବନ୍ୟା ସ୍ଥିତି ଉପୁଜିଛି (flood situation in Angul)। ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକ ପାଣିଘେରରେ ରହିଛି । ଫଳରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଶେଷ ଭାବେ ଘାଟସାହି ପ୍ରଭାବିତ ହୋଇଛି । ସାହିର ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ଏହା ବ୍ୟତୀତ ରାମିମୁଣ୍ଡା, ଗଇଁନ୍ଦି, ବେହାରା ସାହିକୁ ଯୋଗାଯୋଗ ବିଛିନ୍ନ ଥିବାରୁ ସେମାନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ନିଜେ ଉପଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆଜି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଥିଲେ ସୁଦ୍ଧା ପାଣିର ମାତ୍ରା କମ ହୋଇନଥିବାବେଳେ, ପାଣିକମିବାକୁ 3 ରୁ 4 ଦିନ ଲାଗିବ ବୋଲି ଅନୁମାନ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.