ETV Bharat / state

ଜୋରିମାନା ପାଇଁ ଉଠବସ କରାଇବା ଘଟଣା, କିଶୋରନଗର ତହସିଲଦାରଙ୍କ ନାଁରେ ଏତଲା

କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ବିରୋଧରେ ଥାନାରେ ଏତଲା । ମାସ୍କ ନାକ ତଳକୁ ପିନ୍ଧିବା ନେଇ 2 ଚାଷୀଙ୍କୁ ଜୋରିମାନା ମାଗିଥିଲେ । ହେଲେ ଉଭୟ ଚାଷୀ ଜୋରିମାନା ନଦେବାରୁ 10 ଥର ରାସ୍ତାରେ ଉପରେ ଉଠବସ କରାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଜୋରିମାନା ପାଇଁ ଚାଷୀଙ୍କୁ ଉଠବସ କରିବା ଘଟଣା, କିଶୋରନଗର ତହସିଲଦାରଙ୍କ ନାଁରେ ଏତଲା

author img

By

Published : Nov 9, 2020, 3:05 PM IST

Updated : Nov 9, 2020, 4:11 PM IST

ଅନୁଗୋଳ: ଜୋରିମାନା ନଦେବାରୁ ଚାଷୀଙ୍କୁ ଉଠବସ କରାଇବା ଘଟଣାରେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଉଠବସର ଶିକାର ହୋଇଥିବା ଚାଷୀ ମାଗୁଣି ସାହୁ। ମାମଲାର ତଦନ୍ତ ନିମନ୍ତେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଜୋରିମାନା ପାଇଁ ଚାଷୀଙ୍କୁ ଉଠବସ କରିବା ଘଟଣା, କିଶୋରନଗର ତହସିଲଦାରଙ୍କ ନାଁରେ ଏତଲା
ଜୋରିମାନା ପାଇଁ ଚାଷୀଙ୍କୁ ଉଠବସ କରିବା ଘଟଣା, କିଶୋରନଗର ତହସିଲଦାରଙ୍କ ନାଁରେ ଏତଲା

ସୂଚନାନୁସାରେ, ଗତ ଶୁକ୍ରବାର ଅପରାହ୍ନରେ କିଶୋରନଗର ଥାନା ଛକ ଠାରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ମାସ୍କ ଯାଞ୍ଚ କରୁଥଲେ । ସେ ସମୟରେ ନିକଟସ୍ଥ ପାଣ୍ଡୁରିପଥର ଗାଁର 2 ଜଣ ଚାଷୀ ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନ ବିଲରୁ କାମ ସାରି ମୋଟର ସାଇକଲ ଯୋଗେ ଘରକୁ ଫେରୁଥିଲେ । କିଶୋରନଗର ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ ସେମାନଙ୍କୁ ଅଟକାଇ କାହିଁକି ମାସ୍କ ନାକ ତଳକୁ କରିଛ ବୋଲି ତାଗିଦ କରିବା ସହ 5 ଶହ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଥିଲେ । କିନ୍ତୁ ଚାଷୀମାନେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତହସିଲଦାର ସେମାନଙ୍କୁ 10 ଥର ଲେଖାଏଁ ଉଠବସ ହେବାକୁ କହିଥିଲେ ।

ଜୋରିମାନା ପାଇଁ ଉଠବସ କରାଇବା ଘଟଣା, କିଶୋରନଗର ତହସିଲଦାରଙ୍କ ନାଁରେ ଏତଲା

ସେପଟେ ତହସିଲଦାର ଏଭଳି କିଛି ଘଟଣା ଘଟି ନାହିଁ ବୋଲି ସିଧା ମନା କରି ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 9, 2020, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.