ଅନୁଗୋଳ: ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ଫାସରେ ଲାଗି ଦନ୍ତାହାତୀ ମୃତ। ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ,ଏବେ ଧାନ ଫସଲ ଅମଳ ସମୟ। ଧାନ ଖାଇବାକୁ ବାରହା ଓ ହାତୀ ଗାଁ ନିକଟ ଧାନ ବିଲକୁ ଆସୁଛନ୍ତି। ଏହାର ସୁଯୋଗ ନେଇ କିଛି ଶିକାରୀ ବାରହା ଶିକାରୀ ପାଇଁ ବିଲରେ ଫାସ ପକାଇଛନ୍ତି।
ତେବେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ ଖାଇବାକୁ ଆସି ଫାସରେ ଲାଗି ଯାଇଥିଲା। ଶୁଣ୍ଢରେ ଫାସ ସହ ଲଗାଯାଇଥିବା ବିଜୁଳି ତାର ଲାଗି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ ପାଇଁ ବନବିଭାଗ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ