ଅନୁଗୋଳ: କୋରୋନା ଭଳି ବିପତ୍ତି ସମୟରେ ଏବେ ବନ୍ଧୁ ହୋଇ ସହାୟତା ଯୋଗାଉଛି ଜିନ୍ଦଲ ଫାଉଣ୍ଡେସନ । ପ୍ରଥମେ ସାରା ଦେଶକୁ ମେଡ଼ିକାଲ ଅକ୍ସିଜେନ ଯୋଗାଇ ଆସୁଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଏବେ ପୁଣି ବଦାନ୍ୟତା ଦେଖାଇଛି ।
ମଙ୍ଗଳବାର କମ୍ପାନୀ ପକ୍ଷରୁ ହେବାକୁ ଥିବା 14 ଦିନିଆ ଲକଡାଉନରେ ଅଭାବୀ ମଣିଷଙ୍କ ପାଇଁ ଖାଦ୍ୟ ପୁଡ଼ିଆ ଯୋଗାଇଛି । କମ୍ପାନୀ ପକ୍ଷରୁ ଜିଲ୍ଲାପାଳ ଜରିଆରେ 1000 ପୁଡ଼ିଆ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।
ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଖାଦ୍ୟ ପୁଡ଼ିଆ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ ଅନୁଗୋଳ ପୌର ପାଳିକା ପକ୍ଷରୁ ଚିହ୍ନଟ କିଛି ରାସ୍ତା କଡରେ ବିକାଳୀଙ୍କୁ ମଧ୍ୟ ଏହି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି । କମ୍ପାନୀ ପକ୍ଷରୁ ଏହିଭଳି ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ଜିନ୍ଦଲ କମ୍ପାନୀର ଏହିଭଳି ସହାୟତାକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ । ଏହା ଛଡା ଲକଡାଉନ କଟକଣାକୁ ସମସ୍ତେ ମାନିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ