ଅନୁଗୋଳ: ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2885 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର 88 ନୂତନ ସଂକ୍ରମିତ ଚିହ୍ନଟ ପରେ ମୋଟ ସଂକ୍ରମଣ ସଂଖ୍ୟା ଏତିକିରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ପୌରପାଳିକାରୁ ସର୍ବାଧିକ ୧୭ ଜଣ ( ୭ଜଣ ପୁରୁଷ ଓ ୧୦ ଜଣ ମହିଳା ) ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୪ ଜଣ ( ୧୦ଜଣ ପୁରୁଷ ଓ ୪ଜଣ ମହିଳା ), ତାଳଚେର ବ୍ଲକ୍ ଅଞ୍ଚଳରୁ ୧୩ଜଣ ( ୮ଜଣ ପୁରୁଷ ଓ ୫ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୧୦ ଜଣ ( ୭ଜଣ ପୁରୁଷ ଓ ୩ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୮ ଜଣ ( ୭ଜଣ ପୁରୁଷ ଓ ୧ଜଣ ମହିଳା ) , ପାଲଲହଡା ବ୍ଲକ ଅଞ୍ଚଳରୁ ୭ ଜଣ ( ୪ଜଣ ପୁରୁଷ ଓ ୩ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ ଜଣ ( ୬ଜଣ ପୁରୁଷ ଓ ୧ ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୫ ଜଣ ( ୩ଜଣ ପୁରୁଷ ଓ ୨ ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୪ ଜଣ ( ୨ଜଣ ପୁରୁଷ ଓ ୨ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ଜଣ(୩ଜଣମହିଳା ) ଆକ୍ରାନ୍ତ ହୋଇଛନ୍ତି ।
ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାରେ ୯୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସପିଟାଲରୁ ଓ ୭୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ