ETV Bharat / state

ଗାଁ ବିବାଦ ମଧ୍ୟରେ ୨୫ ଦିନରୁ ବନ୍ଦ କୋଇଲା ଖଣି, ରାସ୍ତାରେ ଲୋକେ

author img

By

Published : Nov 1, 2019, 7:39 PM IST

ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ଏମସିଏଲର କୋଇଲା ଖଣି ଅଞ୍ଚଳରେ ତୁଟୁନି ଅଡ଼ୁଆ । କୋଇଲା ଲୋଡିଂକୁ ନେଇ ଦୁଇ ଗାଁ ସୋଲଡା ଓ ଡଅଁରା ମଧ୍ୟରେ ଛକାପଞ୍ଝା ଭିତରେ 25 ଦିନ ହେବ ବନ୍ଦ ରହିଛି ବଳରାମ କୋଇଲା ଖଣି । ଫଳରେ ଜୀବିକା ହରାଇ ରାଜରାସ୍ତାରେ ପାଞ୍ଚୋଟି ଗାଁ ଲୋକେ ।

ଡିଜାଇନ ଫଟୋ

ଅନୁଗୋଳ: ପାଖାପାଖି 25 ଦିନ ହେବ ବନ୍ଦ ରହିଛି କୋଇଲା ଖଣି । କୋଇଲା ଲୋଡିଂ ବିବାଦକୁ ନେଇ ଏମସିଏଲର ବଳରାମ କୋଇଲା ଖଣିରେ ଏକ ରକମର ଅଚଳାବସ୍ଥା । ସେପଟେ କାମ ଧନ୍ଦା ନ ପାଇ ଆନ୍ଦୋଳନରେ ଗାଁ ଲୋକେ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ 5 ଦିନ ହେବ ଗଣଧାରଣା ଦେବା ସହ ଆଜି 5ଟି ଗାଁର ଲୋକେ ପ୍ରତିବାଦ ଓ ବିକ୍ଷୋଭ କରିଛନ୍ତି ।

ଗାଁ-ଗାଁ ବିବାଦ ପାଇଁ ୨୫ ଦିନ ହେବ ବନ୍ଦ ରହିଛି କୋଇଲା ଖଣି

ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ଏମସିଏଲର କୋଇଲା ଖଣି ଅଞ୍ଚଳରେ ତୁଟୁନି ଅଡ଼ୁଆ । କୋଇଲା ଲୋଡିଂକୁ ନେଇ ଦୁଇ ଗାଁ ସୋଲଡା ଓ ଡଅଁରା ମଧ୍ୟରେ ଛକାପଞ୍ଝା ଭିତରେ 25 ଦିନ ହେବ ବନ୍ଦ ରହିଛି ବଳରାମ କୋଇଲା ଖଣି । ଫଳରେ ଜୀବିକା ହରାଇ ରାଜରାସ୍ତାରେ ପାଞ୍ଚୋଟି ଗାଁ ଲୋକେ । ପାଞ୍ଚ ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ଏବେ ଖଣି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ପାଇଁ ସୋଲଡା ଗାଁ ସମେତ ସତ୍ୟବାଦୀପୁର, ନାଥଗାଁ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଦାବି କରି ଧାରଣାରେ ବସିଛନ୍ତି ।

ବଳରାମ କୋଇଲା ଖଣିରୁ ଲୋଡିଂ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ବହୁ ପୁରୁଣା । ପୂର୍ବରୁ ଡଅଁରା ଗାଁ ପଟ ଖଣିରୁ ଖନନ ଚାଲିଥିବାରୁ ଏକଚାଟିଆ ଭାବେ ଡଅଁରା ଲୋକେ ହିଁ ଲୋଡିଂ କରୁଥିଲେ । ତେବେ ଏବେ ସୋଲଡା ଗାଁ ପଟ ଖଣି ଖନନ ହେଉଥିବାବେଳେ ଡଅଁରା ଗ୍ରାମବାସୀ ଏଠାରୁ ମଧ୍ୟ କୋଇଲା ଲୋଡିଂ କରିବାକୁ ଜିଦ ଧରିବା ସହ ଖଣି ବନ୍ଦ କରିଥିବା ଅଭିଯୋଗ ହୋଇଛି । ତେବେ ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହାର ତୁରନ୍ତ ସମାଧାନ ନହେଲେ ଖଣିକୁ ଜମି ଦେଇ ଲୋଡିଂ ଉପରେ ନିର୍ଭର କରି ଚଳୁଥିବା ଏହି ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲିଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପଖାପାଖି 25 ଦିନ ହେବ ବନ୍ଦ ରହିଛି କୋଇଲା ଖଣି । କୋଇଲା ଲୋଡିଙ୍ଗ ବିବାଦ କୁ ନେଇ ଏମ ସି ଏଲ ର ବଳରାମ କୋଇଲା ଖଣିରେ ଏକ ରକମର ଅଚଳାବସ୍ଥା । ସେପଟେ କାମ ଧନ୍ଦା ନ ପାଇ ଆନ୍ଦୋଳ ରେ ଗାଁ ଲୋକେ । ଜିଲାପାଳ ଙ୍କ ଅଫିସ ସମ୍ମୁଖରେ 5 ଦିନ ହେବ ଗଣଧାରଣା ଦେବା ସହ ଆଜି ହଜାର ଲୋକେ ପ୍ରତିବାଦ ରେ ଏସ ପି ଓ ଜିଲା ଅଫିସ ସମ୍ମୁଖରେ ପ୍ରତିବାଦ , ବିକ୍ଷୋଭ କରିଛନ୍ତି । ଦାବି ତୁରନ୍ତ ବନ୍ଦ ଥିବା କୋଇଲା ଖଣି କୁ ଚଳାଯାଉ । ଆମେ କହୁଛୁ ଅନୁଗୋଳ ଜିଲା ତାଳଚେର ର କୋଇଲା ଲୋଡିଙ୍ଗ କୁ ନେଇ ଡଅଁରା ଓ ସୋଲଡା ମଧ୍ୟରେ ଲାଗି ରହିଥିବା ବିବାଦ ର କଥା ।Body:Vo – 1
ଅନୁଗୋଳ ଜିଲା ତାଳଚେର ଅଞ୍ଚଳ ରେ ଥିବା ଏମ ସି ଏଲ ର କୋଇଲା ଖଣି ଅଞ୍ଚଳ ରେ ତୁଟୁନି ଅଡ଼ୁଆ । କୋଇଲା ଲୋଡିଙ୍ଗ କୁ ନେଇ ଦୁଇ ଗାଁ ସୋଲଡା ଓ ଡଅଁରା ମଧ୍ୟରେ ଛକା ପଞ୍ଚା ଯୋଗୁଁ ଗତ 25 ଦିନ ହେବ ବନ୍ଦ ରହିଛି MCL ର ବଳରାମ କୋଇଲା ଖଣି । ପରିଣାମ ସଦୃଶ ଏବେ ଜୀବିକା ହରାଇ ରାଜ ରାସ୍ତାରେ ରେ ପାଞ୍ଚୋଟି ଗାଁ ଲୋକେ । ଗତ ପାଞ୍ଚ ଦିନ ହେବ ଜିଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେବାପରେ ଆଜି କରିଛନ୍ତି ପ୍ରତିବାଦ ବିକ୍ଷୋଭ । ତୁରନ୍ତ ବନ୍ଦ ଖଣି କୁ କାର୍ଯ୍ୟକ୍ଷମ କରି ଲୋକଙ୍କୁ କାମ ଦେବକୁ ଦାବି କରିଛନ୍ତି ଏହି ଗାଁ ଲୋକେ । ଏକ ପ୍ରତିବାଦ ଶୋଭା ଯାତ୍ରା ରେ ସହର ପରିକ୍ରମା କରି ପ୍ରଥମେ ଜିଲ୍ଲାପାଳ ଓ ପରେ ଏସପି ଙ୍କୁ ଦାବି ପତ୍ର ଦେବା ସହ ଶହ ଶହ ପୁରୁଷ ମହିଳା ଧରଣା ରେ ବସିଛନ୍ତି । ସେମାନଙ୍କ ଦାବି ପ୍ରଶାଶନ ସେମାନଙ୍କୁ ଠକି ଆସୁଛି । ଖଣି ଚଳାଇବା ଦୂରର କଥା ସମସ୍ୟାର ସମାଧାନ ପାଇଁ ମଧ୍ୟ କାହାରି ଆଗ୍ରହ ନଥିବା ସେମାନେ ଅଭିଯୋଗ କରିଛନ୍ତି ।
Byte – 1 ଫିରୋଜ ସାହୁ , ଗାଁ ସଭାପତି ସୋଲଡା
Byte – 2 ଗଦାଧର ସାହୁ , ସଭାପତି ଟ୍ରକ ମାଲିକ ସଂଘ
Vo – 2
ସୋଲଡା ଓ ଡଅଁରା ଗାଁ ମଧ୍ୟରେ ଏହି ବିବାଦ ବହୁ ପୁରୁଣା। ପ୍ରଶାସନ ମଧ୍ୟସ୍ଥତାରେ ଏହାର ସମାଧାନ ପାଇଁ ବହୁବାର ଉଦ୍ୟମ କରା ଯାଇଛି। କିନ୍ତୁ ପ୍ରଶାସନିକ ନିଷ୍ପତିକୁ କେହି ମନୁ ନାହାନ୍ତି। ଦିନକୁ ଦିନ ଏହି ବିବାଦ ବଢୁଥିବା ବେଳେ ସରକାରଙ୍କ ରାଜସ୍ୱ ହାନି ହେଉଛି। ପୂର୍ବରୁ ଡ଼ଅଁରା ଗାଁ ପଟେ ଥିବା ଖଣିରୁ ଏକ ଚାଟିଆ ଭାବେ ଡଅଁରା ଗାଁ ଲୋକେ କୋଇଲା ପରିବହନ କରୁଥିଲେ। କିନ୍ତୁ ସେପଟ ଖଣିରୁ କୋଇଲା ଶେଷ ହେବାକୁ ଗଲାଣି। ଏବେ ନୂଆ କରି ସୋଲଡା ଗାଁ ପଟେ ଖଣି ଖନନ ହେଉଛି। ଡ଼ଅଁରା ଗ୍ରାମବାସୀ ଏହି ଖଣିରୁ କୋଇଲା ପରିବହନ କରିବାକୁ ଜିଦ ଧରି ବସିଛନ୍ତି। ଏହାକୁ ସୋଲଡା ଗ୍ରାମବାସୀ ବିରୋଧ କରିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଖଣି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ପାଇଁ ସୋଲଡ଼ା ଗାଁ ସମେତ ସତ୍ୟବାଦୀପୁର, ନାଥଗାଁ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଦାବି କରି ଧାରଣା ରେ ବସିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏଥି ପ୍ରତି ପଦକ୍ଷେପ ନେଉଛି। ଖୁବ ଶୀଘ୍ର ଏହାର ସମାଧାନ ହୋଇ ଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
Byte – 3 ସ୍ବାଗତିକା ବିଶ୍ଵାଳ , ସରପଞ୍ଚ କଳମଛୁଇଁ
Byte – 5 ମନୋଜ କୁମାର ମହାନ୍ତି , ଜିଲ୍ଲାପାଳ ଅନୁଗୋଳ
Conclusion:ତୁରନ୍ତ ସମସ୍ୟାର ସମାଧାନ ହେଲେ ଲୋକେ ଜୀବିକା ହରାଇବାରୁ ବର୍ତିବା ସହ MCL ର କ୍ଷତି ଭରଣା ହେବ ଓ ସରକାରଙ୍କୁ ଉଚିତ ରାଜସ୍ୱ ମିଳିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.