ଅନୁଗୋଳ: କୋରୋନା ମୁକାବିଲା ପାଇଁ ପ୍ରଥମ ଥର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମିଳିଛି । ଏହି କ୍ଷମତା ମିଳିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଗୋଳ ଜିଲ୍ଲାର 225 ସରପଞ୍ଚ, ସମସ୍ତ ବିଡିଓମାନଙ୍କ ସହ କୋରୋନା ମୁକାବିଲା ଦିଗରେ କଥାବାର୍ତ୍ତା ହୋଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିଥିଲେ ।
ଜିଲ୍ଲାର ତାଳଚେର, କଣିହାଁ, ପାଲଲହଡ଼ା, ଆଠମଲ୍ଲିକ, କିଶୋରନାଗର, ଛେଣ୍ଡିପଦା, ବଅଁରପାଳ ଓ ଅନୁଗୁଳ ଏହି ୮ଟି ବ୍ଲକରେ ଭିସି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟକ ବ୍ଲକରେ ବିଡ଼ିଓ ଏବଂ ସରପଞ୍ଚମାନେ ଉପସ୍ଥିତ ଥିଲେ।
ବିଶେଷ କରି ପଞ୍ଚାୟତ ଗୁଡିକରେ କରୋନା ମୁକାବିଲା ପାଇଁ କିଭଳି ବ୍ୟବସ୍ଥା ରହିଛି ଏବଂ ଆସନ୍ତା 3ତାରିଖ ଲକଡାଉନ ଶେଷ ହେବାପରେ ପ୍ରବାସୀ ଶ୍ରମିକ ଓ ବାହାର ରାଜ୍ୟରେ ବିଭିନ୍ନ କାମ ପାଇଁ ଯାଇ ରହିଯାଇଥିବା ଲୋକମାନେ ବହୁ ସଂଖ୍ୟାରେ ନିଜ ନିଜ ଗାଁକୁ ଆସିବାର ସମ୍ଭାବନା ରହିଛି। ତେଣୁ ଫେରନ୍ତା ଲୋକଙ୍କୁ କିଭଳି କ୍ଵାରେନଣ୍ଟାଇନରେ ରଖାଯିବ, ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ସମସ୍ତ ସରକାରୀ ସୁବିଧା ସୁଯୋଗ ଦିଆଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ କଥା ହେବା ସହ ପରାମର୍ଶ ଦେଇଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ