ETV Bharat / state

Panchayat Poll: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଛେଣ୍ତିପଦା ବିଧାୟକ - ପଞ୍ଚାୟତ ନିର୍ବାଚନ 2022

ଅନୁଗୋଳ ଜିଲ୍ଲାରେ ଜମିଲାଣି ପ୍ରଚାର। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଆଜି (ରବିବାର) ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗାଁକୁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Panchayat Poll :ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଛେଣ୍ତିପଦା ବିଧାୟକ

author img

By

Published : Feb 6, 2022, 8:30 PM IST

ଅନୁଗୋଳ: ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ଅନୁଗୋଳ ଜିଲ୍ଲାରେ ଜମିଲାଣି ପ୍ରଚାର। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଆଜି (ରବିବାର) ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗାଁକୁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।

Panchayat Poll :ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଛେଣ୍ତିପଦା ବିଧାୟକ

ରବିବାର ସେ ତାଙ୍କ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ୨୬ନମ୍ବର ଜିଲ୍ଲା ପରିଷଦ ଜୋନର ବିଭିନ୍ନ ପଞ୍ଚାୟତରେ ବୁଲି ବୁଲି ପ୍ରଚାର କରିଛନ୍ତି। ତାଙ୍କ ସହ ଜିଲା ପରିଷଦ ପ୍ରାର୍ଥୀ, ସମିତି ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀମାନେ ସାମିଲ ହୋଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି। ବିଧାୟକ ଘରକୁ ଘର ଯାଇ ଭୋଟର ମାନଙ୍କୁ ପୁସିଂ କାର୍ଡ ମଧ୍ୟ ବାଣ୍ଟିଛନ୍ତି ।

ଏହାବି ପଢନ୍ତୁ : ସୋମବାର ଠୁ ଏମ୍ସରେ ଓପିଡ଼ି ସେବା ଆରମ୍ଭ

ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ତାଙ୍କ ଦଳକୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ଦଳୀୟ ପ୍ରଚାର ସଙ୍ଗୀତ ସହ ବହୁ ସଂଖ୍ୟାରେ କର୍ମୀ ଏହି ପ୍ରଚାରରେ ସାମିଲ ହୋଇଥିଲେ । ତାଙ୍କ ଦଳ ଲୋକଙ୍କ ପାଇଁ କାମ କରିଛି ତେଣୁ ଲୋକ ତାକୁ ହିଁ ଏଥର ନେତା ବାଛିବେ ବୋଲି ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.