ଅନୁଗୋଳ: ଦିନିକିଆ ତାଳଚେର ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗୋଡ଼ିବନ୍ଧ ଛକଠାରେ ଆୟୋଜିତ ଏକ ସାଧାରଣ ସଭା ଏବଂ ମିଶ୍ରଣ ପର୍ବରେ ଯୋଗ ଦେଇ ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା କହିଥିଲେ । ରାଜ୍ୟରେ ମହିଳା, ଶିଶୁ, ଚାଷୀ, ଶ୍ରମିକ ଏବଂ ଯୁବକମାନେ ଆଜି ବିପଦରେ ବୋଲି ସେ ପ୍ରକାଶ କରିଥିଲେ।
ବ୍ରାହ୍ମଣୀ ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଓ ଠାକୁର ରଞ୍ଜିତ ଦାସ, ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏ ମିଶ୍ରଣ କାର୍ଯ୍ୟକ୍ରମରେ ଖଣି କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ତଥା ବିଜେଡି ନେତା ମନୋଜ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ଏପଟେ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ରାଣା ପ୍ରତାପ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ରାଜ୍ୟ ସଭାପତି ।
ଅନୁଗୋଳୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ