ETV Bharat / state

NH 55 ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି, ସାଂସଦଙ୍କ ନେତୃତ୍ୱରେ ଆନ୍ଦୋଳନ - NH 55 ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

NH 55 ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଘଣ୍ଟାଏ ପାଇଁ ରାସ୍ତାରୋକ କରାଯାଇଛି । ଅଧିକ ପଢନ୍ତୁ

bjd protest in angul
bjd protest in angul
author img

By

Published : Apr 17, 2023, 1:43 PM IST

bjd protest in angul

ଅନୁଗୋଳ: ମରଣଜନ୍ତା ପାଲଟିଛି 55ନଂ ଜାତୀୟ ରାଜପଥ । ଦିନ ପରେ ଦିନ ଗଡି ଗଡି ଯାଉଛି ହେଲେ ସରି ପାରୁନି ପଶ୍ଚିମ ଓଡ଼ିଶା ସହ ସଂଯୋଗ କରୁଥିବା ରାଜମାର୍ଗ 55 ନଂର ଦୋହରିକରଣ କାମ । ଯେଉଁ କାମ ୩ ବର୍ଷରେ ଶେଷ ହେବା କଥା ତାହା ୬ ବର୍ଷ ହୋଇଥିଲେ ମଧ୍ୟ ଶେଷ ହୋଇପାରୁନି । ଏନେଇ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁ ନାହିଁ । ଫଳରେ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ରାଜପଥ ଅବରୋଧ କରାଯାଇଛି । ଫଳରେ ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଛି ।

ଅନୁଗୋଳ ସହର ଅତିକ୍ରମ କରିବାପାଇଁ ଯେଉଁ ବାଇପାସ ହେଉଛି ତାହା ମଧ୍ୟ ଆରମ୍ଭ ହୋଇପାରୁନି । ଯାହାକୁ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ମଧ୍ୟ କୌଣସି ଲାଭ ହେଉନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଶେଷରେ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ରାଜପଥ ଅବରୋଧ କରାଯାଇଛି । ସମ୍ବଲପୁର କଟକ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ପ୍ରତ୍ୟକ ଦିନ ଦୁର୍ଘଟଣାରେ ବହୁ ଧନଜୀବନ କ୍ଷୟ ହେଉଛି ।

ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଡ଼ାକରାରେ ଅନୁଗୋଳ ହୁଲିରୁସିଂହା ଓ ବଅଁରପାଳ ଠାରେ ଶତାଧିକ ବିଜେଡି କର୍ମୀ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ବସି ରହିଥିଲେ । ଫଳରେ ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିଲା । ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ପୋଲିସ ଏହାକୁ ନିୟନ୍ତ୍ରଣ କରି ସମାଧାନ କରିଥିଲା । ଆଜି ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି । ତୁରନ୍ତ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ କରାନଗଲେ ଆଗାମୀ ଦିନରେ ଆହୁରି ବଡ଼ଧରଣର ଆନ୍ଦୋଳନ କରିବାକୁ ବିଜେଡି ଚେତାବନୀ ଦେଇଛି ।

ଏନେଇ ମ୍ୟୁନିସିପାଲଟି ଅଧ୍ୟକ୍ଷ ଅକ୍ଷୟ ସାମନ୍ତ କହିଛନ୍ତି," ଆଜକୁ ୫ବର୍ଷ ହେବା ରାସ୍ତାଟି ଏଭଳି ଶୋଚନୀୟ ଅବସ୍ଥାରେ ପଡିରହିଛି । ରାସ୍ତା ପାଇଁ ବାରମ୍ବାର ବିଦ୍ରୋହ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଆଉ କିଛି ଦିନ ପରେ ବର୍ଷା ଆସିଲେ କାର୍ଯ୍ୟ ଆଉ ଆଗେଇ ପାରିବ ନାହିଁ । ଫଳରେ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଆଜି ବିଜୁ ଜୟନ୍ତୀ ଅବସରରେ ଆମେ ଗୋଟିଏ ଘଣ୍ଟା ପାଇଁ ଆନ୍ଦୋଳନ କରି ନୀତିନ ଗଡକରୀକୁ ଚେତାବନୀ ଦେଇଛୁ । ଯଦି ଶୀଘ୍ର କାମ ସମାପ୍ତ କରାନଯାଏ ତେବେ ଆନ୍ଦେଳନ ତୀବ୍ର ହେବ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.