ଅନୁଗୋଳ: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର 23ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନେତୃତ୍ବରେ ଦୁଇ ହଜାରରୁ ଅଧିକ କର୍ମୀ ପ୍ରଥମେ ନାକଚି ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜୟଗଡ ଜଳ ସେଚନ ପ୍ରକଳ୍ପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ଓ ପଞ୍ଚାୟତର ନେତା ଓ କର୍ମୀ ସାମିଲ ହୋଇଥିଲେ । ଗତ 23 ବର୍ଷ ମଧ୍ୟରେ ବିଜେଡି ସରକାର ଯେଉଁ ସବୁ ଜନ ହିତକର କାମ କରିଛନ୍ତି । ସେସବୁ ସାଧାରଣ ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବ ସେଥିପାଇଁ ସବୁ କର୍ମୀ ଉଦ୍ୟମ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ଏକ ନମ୍ବର କରିବାକୁ ସମସ୍ତେ ଶପଥ ନେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ