ETV Bharat / state

ପୂର୍ବତନ ମନ୍ତ୍ରୀଙ୍କ ପରେ ବିଜେଡି ଛାଡ଼ିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

author img

By

Published : Dec 17, 2021, 10:35 PM IST

ବିଜେଡି ଛାଡ଼ିଛନ୍ତି ଅନୁଗୋଳ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ । ସେ ଦୀର୍ଘବର୍ଷ ହେବ ବିଜୁ ଜନତା ଦଳ ପାଇଁ ତୃଣମୂଳ ସ୍ଥରରେ କାମ କରି ଆସୁଥିଲେ । ଅଧିକ ପଢ଼ନ୍ତୁ

ପୂର୍ବତନ ମନ୍ତ୍ରୀଙ୍କ ପରେ ବିଜେଡି ଛାଡ଼ିଲେ ଜିଲ୍ଲା ପରିଷଦ ଉପାଧକ୍ଷ

ଅନୁଗୋଳ: ଜିଲ୍ଲାରେ ଶାସକ ବିଜେଡି ଦଳକୁ ଲାଗିଛି ଝଟକା । ଆଜି (ଶୁକ୍ରବାର) ବିଜେଡି ଛାଡ଼ିଛନ୍ତି ଅନୁଗୋଳ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ । ସେ ଦୀର୍ଘବର୍ଷ ହେବ ବିଜୁ ଜନତା ଦଳ ପାଇଁ ତୃଣମୂଳ ସ୍ଥରରେ କାମ କରି ଆସୁଥିଲେ । ୨୦୧୭ରେ ଜିଲ୍ଲାର ୨୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ନିର୍ବାଚିତ ହୋଇ ଉପାଧ୍ୟକ୍ଷ ପଦରେ ଥିଲେ ।

ପୂର୍ବତନ ମନ୍ତ୍ରୀଙ୍କ ପରେ ବିଜେଡି ଛାଡ଼ିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଇନ୍ଦ୍ରମଣି ଗଡ଼ନାୟକ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । ତେବେ ଦଳରେ ତାଙ୍କୁ ଅଲୋଡ଼ା ଭଳି ବ୍ୟବହାର କରାଯାଥିଲା ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ସାଂସଦ ଓ ବିଧାୟକମାନଙ୍କ ସହ ଇନ୍ଦ୍ରମଣିଙ୍କ ଭଲ ସମ୍ପର୍କ ଥିବା କଥା ସେ କହିଛନ୍ତି । ନିକଟରେ ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ୍‌ ହୋଇଥିଲେ । ବର୍ତ୍ତମାନ ଇନ୍ଦ୍ରମଣି ମଧ୍ୟ ସଞ୍ଜୀବଙ୍କ ଭଳି ବିଜେପିରେ ଯୋଗ ଦେବା ନେଇ ଆଲୋଚନା ହେଉଛି । ପଦ୍ମ ଧରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଇନ୍ଦ୍ରମଣିଙ୍କ ଦଳ ଛାଡ଼ିବା ପାଲଲହଡ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କ୍ଷତି ହୋଇପାରେ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ଜଣାଶୁଣା ନେତାଙ୍କ ଏଭଳି ଦଳ ଛାଡିବା ଶାସକ ଦଳ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଲୋଚନା ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.