ETV Bharat / state

ଅନୁଗୋଳରେ ଦିନକରେ ରେକର୍ଡ ସଂଖ୍ୟକ ୨୨୬ କୋରୋନା ପଜିଟିଭ ଚିହ୍ନଟ

author img

By

Published : Sep 19, 2020, 10:17 PM IST

ଶନିବାର ଅନୁଗୋଳରୁ ଦିନକରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୬ରେ ପହଞ୍ଚିଛି ।

Anugul report record highest daily covid-19 cases with  226 new positive
ଅନୁଗୋଳରେ ଦିନକରେ ରେକର୍ଡ ସଂଖ୍ୟକ ୨୨୬ କୋରୋନା ପଜିଟିଭ ଚିହ୍ନଟ

ଅନୁଗୋଳ: ଜିଲ୍ଲାରେ ଚିନ୍ତା ବଢାଇଲାଣି କୋରୋନା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଆଜି(ଶନିବାର) ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତାର କାରଣ ହୋଇଛି ।

ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୬ରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ 49 ଜଣ ରହିଥିବାବେଳେ ସେମାନଙ୍କ ମଧ୍ୟରେ ୩୧ ପୁରୁଷ ଓ ୧୮ ଜଣ ମହିଳା ଥିବା ଜଣାପଡ଼ିଛି ।

ସେହିପରି ବଅଁରପାଳ ବ୍ଲକରୁ ଚିହ୍ନଟ ହୋଇଥିବା ୪୨ ଜଣଙ୍କ ମଧ୍ୟରୁ ୩୫ ପୁରୁଷ ଓ ୭ଜଣ ମହିଳା ରହିଛନ୍ତି । ଅନ୍ୟପଟେ ଅନୁଗୋଳ ସହରାଞ୍ଚଳ ବା ଅନୁଗୋଳ ପୌରାଞ୍ଚଳରୁ ୪୦, ଛେଣ୍ଡିପଦା ବ୍ଲକରୁ ୨୩, ଅନୁଗୋଳ ବ୍ଲକରୁ ୧୯ ଓ ପାଲଲହଡ଼ାରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ଆଉ ୭୪ ଜଣ ସୁସ୍ଥ ହେବା ସାମାନ୍ୟ ଆଶ୍ବସ୍ଥିକର ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.