ETV Bharat / state

Municipal Poll: ଅନୁଗୋଳରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ

author img

By

Published : Mar 15, 2022, 7:45 PM IST

ଅନୁଗୋଳ ସହରରେ ବେଆଇନ ଭାବେ ଲଗାଯାଇଥିବା ପୋଷ୍ଟର ଗୁଡିକୁ ଚିରି ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Municipal Poll: ଅନୁଗୋଳରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ
Municipal Poll: ଅନୁଗୋଳରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ

ଅନୁଗୋଳ: ସହରରେ ଆରମ୍ଭ ହୋଇଛି ପୋଷ୍ଟର ଚିରା ଅଭିଯାନ । ସରକାରୀ ଜାଗାରେ ଲଗାଯାଇଥିବା ବିଭିନ୍ନ ରାଜନୈତିକ ଦଳର ପୋଷ୍ଟର ସବୁକୁ ଚିରି ସିଜ କରିଛି ପ୍ରଶାସନ। ଏହି ପୋଷ୍ଟରଗୁଡ଼ିକ ବେଆଇନ ଭାବେ ଲଗାଯାଇଥିବାରୁ ପୋଲିସ ଓ ପୌର ପାଳିକା ମିଳିତ ଭାବେ ଏହାକୁ ଜବତ କରିଛନ୍ତି ।

ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ ପୋଷ୍ଟର, ବ୍ୟାନର ଏବଂ ପତାକା ସରକାରୀ ସ୍ଥାନରେ ଲଗାଇ ପାରିବେ ନାହିଁ। ଏହାକୁ ପାଳନ କରିବାକୁ ଯାଇ ଆଜି ସବୁ ସରକାରୀ ସ୍ଥାନରେ, ବିଭିନ୍ନ ସରକାରୀ ଖୁଣ୍ଟରେ ଏବଂ ରାସ୍ତା ଉପରେ ଲଗାଯାଇଥିବା ପୋଷ୍ଟର, ବ୍ୟାନର ଜବତ କରି ନିଆଯାଇଛି । ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ପୋଲିସ ବିଭିନ୍ନ ସ୍ଥାନକୁ ଯାଇ ଯେଉଁ ଦଳର ହେଉନା କାହିଁକି ବେଆଇନ ଭାବେ ଲଗା ଯାଇଥିବା ପୋଷ୍ଟର ବ୍ୟାନର ଜବତ କରିଛି ।

ଏଥିସହ ପୁନର୍ବାର ଏଭଳି ନ କରିବାକୁ ତାଗିଦ କରାଯାଇଛି। ଅନୁଗୋଳ ପୌରପାଳିକାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଅନେକ ପୋଷ୍ଟର, ବ୍ୟାନର ଓ ପତାକା ଗୁଡିକୁ ଲଗାଯାଇଥିଲା । ଆସନ୍ତା ୨୪ ତାରିଖରୁ ପୌର ଭୋଟ ଗ୍ରହଣ ହେବାକୁ ଯାଉଥିବାବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.