ETV Bharat / state

Panchayat Election: ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲା ପ୍ରଶାସନ ତତ୍ପରତା - ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ତତ୍ପରତା

ଅନୁଗୋଳ ଜିଲ୍ଲାରେ ୨୨୫ଟି ଗ୍ରାମ ପଞ୍ଚାୟତ ଓ ୨୮ଟି ଜିଲ୍ଲା ପରିଷଦ ଜୋନରେ ମଧ୍ୟ ହେବ ନିର୍ବାଚନ । ଫଳରେ ନିର୍ବାଚନ ହେବ କି ନାହିଁ ବୋଲି ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି। ଅଧିକ ପଢନ୍ତୁ

Anugul district administration
Anugul district administration
author img

By

Published : Jan 12, 2022, 8:05 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ୨୨୫ ଟି ଗ୍ରାମ ପଞ୍ଚାୟତ ଓ ୨୮ଟି ଜିଲ୍ଲା ପରିଷଦ ଜୋନରେ ମଧ୍ୟ ହେବ ନିର୍ବାଚନ । ଫଳରେ ନିର୍ବାଚନ ହେବ କି ନାହିଁ ବୋଲି ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି । କୋରୋନା କଟକଣା ଭିତରେ ନିର୍ବାଚନ ହେବାକୁ ଥିବାରୁ ଯାହା ସବୁ ଗାଇଡ ଲାଇନ ରହିଛି ସେସବୁକୁ କିଭଳି ପାଳନ କରାଯିବ ସେଥିପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚଳାଇଛି ।

ନିର୍ବାଚନ ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲା ପ୍ରଶାସନ ତତ୍ପରତା

ପ୍ରାର୍ଥୀମାନେ ମଧ୍ୟ ନିୟମ ଭିତରେ ରହି ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ୧୬, ଦ୍ଵିତୀୟ ପର୍ଯ୍ୟାୟ ୧୮, ତୃତୀୟ ପର୍ଯ୍ୟାୟ ୨୦, ଚତୁର୍ଥ ପର୍ଯ୍ୟାୟ ୨୨ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ୨୪ତାରିଖରେ ଅନୁଷ୍ଠିତ ହେବ। ତେଣୁ ସମସ୍ତ ପ୍ରାର୍ଥୀ କିଭକି ଆଚରଣ ବିଧି ମାନିବେ ଏବଂ କରୋନା କଟକଣା ପ୍ରତି ସଜାଗ ହେବେ ସେଥିପାଇଁ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ନିଜେ ଘନ ଘନ ବୈଠକ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.