ETV Bharat / state

ଖଣିଜ ପାଣ୍ଠିରେ ପଡିରହିଛି ଟଙ୍କା, ହେଉନି ବିନିଯୋଗ - ଅନୁଗୋଳ ଖଣିଜ ପାଣ୍ଠିରେ ପଡିରହିଛି ଟଙ୍କା

ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଅଧିକ ପଢନ୍ତୁ...

ଖଣିଜ ପାଣ୍ଠିରେ ପଡିରହିଛି ଟଙ୍କା, ହେଉନି ବିନିଯୋଗ

author img

By

Published : Nov 14, 2020, 12:19 PM IST

ଅନୁଗୋଳ: ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳକୁ ଖଣିଜ ପାଣ୍ଠି ବାବଦରେ 1519.22 କୋଟି ଟଙ୍କାର ଅନୁଦାନ ମିଳିଛି । ଯାହାର ବିନିଯୋଗ ଓ ସୁପରିଚାଳନା ନେଇ ଆଲୋଚନା ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଛନ୍ତି ।

ଖଣିଜ ପାଣ୍ଠିରେ ପଡିରହିଛି ଟଙ୍କା, ହେଉନି ବିନିଯୋଗ

ତେବେ ଜିଲ୍ଲାକୁ ମିଳିଥିବା ପାଣ୍ଠିରେ 2,330 ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ 490ଟି ପ୍ରକଳ୍ପର କାର୍ଯ୍ୟ ଆଜି ଯାଏଁ ଆରମ୍ଭ ହୋଇ ନଥିବାରୁ ଏହାକୁ ନେଇ ବୋର୍ଡ ସଦସ୍ୟମାନେ ଅସନ୍ତୋଷ ଜାହିର କରିଛନ୍ତି । ଏହି ଖଣିଜ ପାଣ୍ଠି ପରିଚାଳନା କମିଟି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସମେତ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକମାନେ ଯୋଗ ଦେଇଥିଲେ ।

ଜିଲ୍ଲାରେ ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରି କିଭଳି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏହାବ୍ୟତୀତ ଛତିଶଗଡ ଢାଞ୍ଚାରେ ହାଇବ୍ରିଡ଼ ଶିକ୍ଷା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.