ETV Bharat / state

ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ, ବଢୁଛି ଶିକାର ସଂଖ୍ୟା

author img

By

Published : Dec 2, 2022, 4:12 PM IST

Updated : Dec 2, 2022, 4:35 PM IST

ବିପଦରେ ବନ୍ୟଜନ୍ତୁ । ଆଠମଲ୍ଲିକ ବନଖଣ୍ଡରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଧିକାଂଶ ହାତୀ ଓ କଲରାପତରିଆ ବାଘ ମାରୁଥିବା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ
ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ

ଅନୁଗୋଳ: ବିପଦରେ ବନ୍ୟଜନ୍ତୁ । ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଏବେ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି । ବାରମ୍ବାର ଏହି ବନ ଖଣ୍ଡରେ କଲରାପତରିଆ ବାଘ ଓ ହାତୀ ଶିକାର ହେଉଛି । ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଧିକାଂଶ ହାତୀ ଓ କଲରାପତରିଆ ବାଘ ମାରୁଥିବା ସ୍ପଷ୍ଟ ହୋଇଛି ।

ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ, ବଢୁଛି ଶିକାର ସଂଖ୍ୟା

ଗତ ୫ବର୍ଷ ମଧ୍ୟରେ କେବଳ ଏହି ବନ ଖଣ୍ଡରେ ୫ ହାତୀ ଓ ୫ କଲରାପତରିଆ ବାଘ ମରିଛନ୍ତି । ହରିଣ, କୁଟୁରା ଓ ବାର୍ହା ସମେତ କେତେ ଯେ ଛୋଟ ଛୋଟ ଜନ୍ତୁ ଶିକାର ହୋଇଛି ତାହାର କିଛି ହିସାବ ନାହିଁ । ବନ ବିଭାଗର ଅପାରଗତା ଯୋଗୁଁ ଏଭଳି ଶିକାର ହେଉଥିବା ଅଭିଯୋଗ ହେଉଛି ।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ଲାଗି ରହିଛି ଆଠମଲ୍ଲିକ ବନଖଣ୍ଡ । ତେଣୁ ଏହି ବନଖଣ୍ଡରେ ହାତୀ, ବାଘ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଅଧିକ ସଂଖ୍ୟାରେ ଚଳ ପ୍ରଚଳ କରନ୍ତି । ଏହାର ସୁଯୋଗ ନେଇ ଶିକାରୀ ଏଠାରେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଆଠମଲ୍ଲିକ ବନଖଣ୍ଡରେ ଆଠମଲ୍ଲିକ, ମାଧପୁର, ଧଣ୍ଡାତୋପା, ହଣ୍ଡପା ଓ ବାମୁରୁ ରେଞ୍ଜରେ ସବୁ ସମୟରେ ହାତୀ ଚଳପ୍ରଚଳ କରନ୍ତି । ଏହି ସବୁ ରେଞ୍ଜ ଗୁଡିକରେ ବହୁ ସଂଖ୍ୟାରେ କଲରାପତରିଆ ବାଘ, ହେଟା ବାଘ, ହରିଣ, କୁଟୁରା, ବାର୍ହା ଓ ଅନ୍ୟ ଜନ୍ତୁ ଦେଖା ଯାଆନ୍ତି । ହଣ୍ଡପା, ମାଧପୁର ଓ ବାମୁରୁ ରେଞ୍ଜରେ ଶିକାରୀ ଅଧିକ ସକ୍ରିୟ ଅଛନ୍ତି । କାରଣ ବିଗତ ୫ବର୍ଷ ମଧ୍ୟରେ ଏହି ୩ଟି ରେଞ୍ଜରେ ସବୁଠାରୁ ଅଧିକ ହାତୀ ଓ କଲରା ପତରିଆ ବାଘ ମରିଛନ୍ତି ।

ଆକଳନ ଅନୁସାରେ ଗତ ୨୦୧୮ ନଭେମ୍ବର ମାସରେ ହଣ୍ଡପା ରେଞ୍ଜ ହେମାମୁରା ଜଙ୍ଗଲ, ୨୦୧୯ ନଭେମ୍ବର ମାସରେ ଟେଣ୍ଟୁଲି ଜଙ୍ଗଲ ଏବଂ ୨୦୨୧ ଜୁନ ମାସରେ ନାକଚି ଜଙ୍ଗଲରେ ବିଦ୍ୟୁତ ତାରରେ ଲାଗି ୩ଟି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୨ ଅକ୍ଟୋବର ମାସରେ ମାଧପୁର ରେଞ୍ଜ ମୁଣ୍ଡାପଡା ଜଙ୍ଗଲ ଏବଂ ୨୦୨୨ ଅକ୍ଟୋବର ମାସରେ ବାମୁରୁ ରେଞ୍ଜ ଶାନ୍ତିପୁର ଜଙ୍ଗଲରେ ଗୋଟିଏ ଲେଖାଏଁ ହାତୀ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ବରଣ କରିଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଏହି ସବୁ ରେଞ୍ଜ ଗୁଡିକରେ ଶିକାରୀ କେତେ ସକ୍ରିୟ ।

ସେହିପରି ଆମେ କଲରା ପତାରିଆ ବାଘ କଥା ଯଦି କହିବା ତେବେ ଗତ ୨୦୨୧ ଡିସେମ୍ବର ମାସରେ ମାଧପୁର ଜଙ୍ଗଲରେ ଶିକାରୀ ଫାସରେ ପଡି ଏକ କଲରା ପତାରିଆ ବାଘ ମାରିଥିଲା । ଚଳିତ ମାସ ୭ତାରିଖରେ ବାମୁରୁ ରେଞ୍ଜ ଫୁଲଝରି ଜଙ୍ଗଲରୁ ବନ ବିଭାଗ ଏକ କଲରପତାରିଆ ବାଘ ଚମଡା, ନଖ ଓ ନିଶ ଜବତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତ ୨୦୧୮ ରୁ ୨୦୨୨ ମଧ୍ୟରେ ଏହି ବନଖଣ୍ଡର ବିଭିନ୍ନ ଜଙ୍ଗଲରୁ ୫ଟି କଲରା ପତାରିଆ ବାଘ ଶିକାର ହୋଇଛି । ସବୁ ବାଘ ଫାଶ ଓ ବିଦ୍ୟୁତ ତାରରେ ଲାଗି ମରିଛନ୍ତି । ତେଣୁ ଏମିତି ହେଲେ ଆଉ ଅଳ୍ପ ଦିନ ପରେ ଏହି ବନଖଣ୍ଡରୁ ବାଘ ହାତୀ ସମ୍ପୂର୍ଣ୍ଣ ଲୋପ ପାଇ ଯିବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ: Archana Nag Case: ଦ୍ବିତୀୟ ଥର ପାଇଁ EDରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦିନକୁ ଦିନ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି । ଆଇନକୁ ଆହୁରି କଡାକଡି କରାଯାଉଛି । କିନ୍ତୁ କେବଳ ବନ ବିଭାଗର ଅପାରଗତା ଯୋଗୁଁ ନା ବନ୍ୟଜନ୍ତୁ ସୁରକ୍ଷିତ ରହି ପାରୁଛନ୍ତି ନା ଆଇନ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉଛି । ବର୍ତମାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବନ ବିଭାଗକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । ତେଣୁ ବିଭାଗୀୟ ଅଧିକାରୀଙ୍କ ଠାରୁ ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ ସେହି ଟଙ୍କା ଖର୍ଚ୍ଚ କରିବାକୁ ଲାଗି ପଡିଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଆଦୌ ସମୟ ଦେଉ ନାହାନ୍ତି ।

ବନ ବିଭାଗ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଲୋକଙ୍କ ସହ ସୁ ସମ୍ପର୍କ ରଖୁ ନାହିଁ । ସେହି ଗାଁ ଗୁଡିକରେ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରୁ ନାହିଁ । ବନ୍ୟଜନ୍ତୁ ଚଳ ପ୍ରଚଳ କରୁଥିବା ଜଙ୍ଗଲ ଗୁଡିକରେ ଆଦୌ ପାଟ୍ରୋଲିଂ କରୁ ନାହିଁ । ଫଳରେ ଏହାର ସୁଯୋଗ ନେଇ ଶିକାରୀ ମାନେ ସକ୍ରିୟ ହୋଇ ପଡିଛନ୍ତି । ଏହି ବନଖଣ୍ଡରେ ପ୍ରତି ଦିନ ଶିକାର ହେଉଛି । ଆଖପାଖ ଅଞ୍ଚଳରେ ବ୍ୟାପକ ଭାବେ ଜନ୍ତୁ ମାଂସ ବିକ୍ରି ହେଉଛି । ସବୁ ଜାଣି ମଧ୍ୟ ବନ ବିଭାଗ ନଜାଣିଲା ପରି ରହୁଛି । ଏନେଇ ଆଠମଲ୍ଲିକ ଡିଏଫଓ କହିଛନ୍ତି ଶିକାରୀ ମାନଙ୍କ ଉପରେ କଡା ନଜର ରଖା ଯାଉଛି । ଶିକାର ରୋକିବାକୁ ନୂଆ ଯୋଜନା ପ୍ରସ୍ତୁତ କରା ଯାଉଛି ।

ଅନ୍ୟ ପକ୍ଷରେ ଆଠମଲ୍ଲିକ ବିଧାୟକ ତଥା ବିଧାନସଭା ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା କମିଟିର ସଦସ୍ୟ ରମେଶ ସାଏ କହିଛନ୍ତି," ପ୍ରକୃତରେ ଆଠମଲ୍ଲିକ ବନଖଣ୍ଡର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏଠାରେ ବେଧଡକ ଶିକାର ଚାଲିଛି । ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ବିଭାଗୀୟ ମନ୍ତ୍ରୀ, ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ।"

ଆଠମଲ୍ଲିକ ବନଖଣ୍ଡରେ ଯେଉଁ ହାରରେ ଜନ୍ତୁ ଶିକାର ହେଉଛି ତାହା ଏବେ ଚିନ୍ତାର ବିଷୟ ହୋଇ ପଡିଛି । ତେଣୁ ବନ ବିଭାଗ ସ୍ଥାନୀୟ ଅଧିବାସୀଙ୍କ ସହ ମିଶି ଜନ୍ତୁ ଶିକାର ରୋକିବା ପାଇଁ କଡା ପଦକ୍ଷେପ ନେବା ଆବଶ୍ୟକ ।

ଇଟିଭି ଭାରତ, ଅନୁଗୋଳ

Last Updated : Dec 2, 2022, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.