ETV Bharat / state

ଅନୁଗୋଳ ଲକ୍‌ଡାଉନ୍‌: ଦୋକାନ ବଜାର ସବୁ ଠପ୍‌ - shop-market all closed

ଆଜିଠାରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର । ଫଳରେ ଦୋକାନ ବଜାର ସବୁ ଠପ୍‌ ହୋଇପଡିଥିବା ଦେଖିବାକୁ ମିଳିଛି ।

Angul Lockdown
ଅନୁଗୋଳ ଲକ୍‌ଡାଉନ୍‌: ଦୋକାନ ବଜାର ସବୁ ଠପ୍‌
author img

By

Published : Mar 23, 2020, 2:14 PM IST

Updated : Mar 23, 2020, 2:21 PM IST

ଅନୁଗୋଳ: ଆଜିଠାରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର । ଗତକାଲି ଜନତା କର୍ଫ୍ୟୁ ପରେ ଆଜି ଲକ୍‌ଡାଉନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଅନୁଗୋଳ ଲକ୍‌ଡାଉନ୍‌: ଦୋକାନ ବଜାର ସବୁ ଠପ୍‌

ବ୍ୟାପକ ପୋଲିସ ଫୋର୍ସ ସହର ସାରା ବୁଲି ଯେଉଁ ଦୋକାନଗୁଡିକରେ ପ୍ରବଳ ଭିଡ ହୋଇଥିଲା ସେଠାରୁ ଭିଡ ହଟାଇଛନ୍ତି। ଗୋଟିଏ ଜାଗାରେ 7ଜଣରୁ ଅଧିକ ନରହିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରୁଛନ୍ତି। ଲୋକେ ମଧ୍ୟ ସ୍ବତପ୍ରବୃତ ଭାବେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ସମସ୍ତ ଦୋକାନ ବନ୍ଦ ରହିଛି। କେବଳ ଔଷଧ, ଫଳ, ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିଛି। ଯେଉଁ ଦୋକାନ ଗୁଡିକ ଖୋଲା ଅଛି ସେହି ସବୁ ଦୋକାନ ଗୁଡିକରେ ମଧ୍ୟ ଧାଡି କରି ଲୋକେ ଜିନିଷ କିଣିବାକୁ କୁହାଯାଉଛି। ଚାରିଆଡେ କେବଳ ନୀରବତା ବିଛେଇ ହୋଇଯାଇଛି। ଯଦିଓ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏହି ପଦକ୍ଷେପକୁ ପୂର୍ଣ ସମର୍ଥନ କରୁଛନ୍ତି।

ସେପଟେ ଅଧିକାଂଶ ଲୋକ ଘରୁ ବାହାରକୁ ବାହାରୁ ନାହାନ୍ତି। ତେଣୁ ରାସ୍ତା ଘାଟ ସବୁ ଖାଁ ଖାଁ ଲାଗୁଛି। ବେଶି ଲୋକ ନଥିବାରୁ ଉଭୟ ଘରୋଇ ଓ ସରକାରୀ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି। ଏପରିକି ଛୋଟ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 23, 2020, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.