ETV Bharat / state

କୋଭିଡରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳୁନି ପ୍ରାପ୍ୟ, ହସ୍ତକ୍ଷେପ କଲା ପରିବହନ ବିଭାଗ

author img

By

Published : May 5, 2021, 8:57 PM IST

ଆମ୍ବୁଲାନ୍ସ ଅବ୍ୟବସ୍ଥାକୁ ନେଇ ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କୋରୋନା ରୋଗୀ ଛଟପଟ । ପରିସ୍ଥିତି ଏପରି ହେଉଛି ଯେ ଗୋଟିଏ ଆମ୍ବୁଲାନ୍ସରେ ଏକାଧିକ ରୋଗୀକୁ ସ୍ଥାନାନ୍ତରଣ କରାଯାଇଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ...

ambulance driver was neglected during carona time by the administration in Angul
କୋଭିଡରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳୁନି ପ୍ରାପ୍ୟ, ହସ୍ତକ୍ଷେପ କଲା ପରିବହନ ବିଭାଗ

ଅନୁଗୋଳ: ଆମ୍ବୁଲାନ୍ସ ଅବ୍ୟବସ୍ଥାକୁ ନେଇ କୋରୋନା ରୋଗୀ ଛଟପଟ । ପରିସ୍ଥିତି ଏପରି ହେଉଛି ଯେ ଗୋଟିଏ ଆମ୍ବୁଲାନ୍ସରେ ଏକାଧିକ ରୋଗୀକୁ ସ୍ଥାନାନ୍ତରଣ କରାଯାଇଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏହି ଅସନ୍ତୋଷ ଜାହିର କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଆଜି(ବୁଧବାର) ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ପରିଚାଳନା ପାଇଁ ପରିବହନ ବିଭାଗ ପକ୍ଷରୁ ବେସରକାରୀ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଯେଉଁ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେବା କଥା ସେଥିରେ ଏକାଧିକ ରୋଗୀ ନେବାକୁ କୋଭିଡ ପରିଚାଳନାରେ ଅଧିକାରୀମାନେ ଆମ୍ବୁଲାନ୍ସ ମାନକୁ ବାଧ୍ୟ କରୁଛନ୍ତି । ଯେଉଁଥିରେ ରାଜି ହୁଅନ୍ତି ନାହିଁ ଆମ୍ବୁଲାନ୍ସ ଡ୍ରାଇଭର ।

ଏହା ବ୍ୟତୀତ ଆମ୍ବୁଲାନ୍ସରେ କୌଣସି କୋରୋନା ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କୁ ଶଶ୍ନାନ ପର୍ଯ୍ୟନ୍ତ ନେବା ପାଇଁ ଆମ୍ବୁଲାନ୍ସ ମାନକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଅଧିକ ୨ ହଜାର ଟଙ୍କା ଦିଆଯାଉଥିଲା । ଯାହାକୁ ଏବେ ବନ୍ଦ କରି ଦିଆଯାଇଛି । ଯାହାକୁ ନେଇ ଆଜି ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଜ କାଯ୍ୟର ଅସହଯୋଗ କରିଛନ୍ତି । ଯାହାକୁ ନେଇ ଅଚାଳାବସ୍ଥା ସୃଷ୍ଟି ହେବାରୁ ବାଧ୍ୟ ହୋଇ ପରିବହନ ବିଭାଗର ଅଧିକାରୀମାନେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆସି ଆମ୍ବୁଲାନ୍ସ ଡ୍ରାଇଭରମାନକୁ ବୁଝାଇଛନ୍ତି । କିଭଳି ସେମାନଙ୍କୁ ତାଙ୍କର ପାରିଶ୍ରମିକ ମିଳିବ ସେ ନେଇ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ବିଭାଗ ପକ୍ଷରୁ MVI ମାନସ ମିଶ୍ର, ଅତିରିକ୍ତ ପରିବହନ ଅଧିକାରୀ, ବିନୟ କୁମାର ପାଲ ସହକାରୀ MVI, ଲୋକନାଥ ନାଏକ, ଟ୍ରାଫିକ ସବ ଇନ୍ସପେକ୍ଟର ସୁମନ୍ତ ସେଠି ପ୍ରମୁଖ ଏହି ଆଲୋଚନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.