ETV Bharat / state

ରବିବାର ଅନୁଗୋଳରେ 127 ସଂକ୍ରମିତ

author img

By

Published : Oct 26, 2020, 7:42 AM IST

ରାଜ୍ୟରେ ଧିରେ ଧିରେ ସଂକ୍ରମଣରେ ସୁଧାର ଆସିବାରେ ଲାଗିଛି । ଅନୁଗୋଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8338 ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ରବିବାର ଅନୁଗୋଳରୁ 127 ସଂକ୍ରମିତ
ରବିବାର ଅନୁଗୋଳରୁ 127 ସଂକ୍ରମିତ

ଅନୁଗୋଳ: ରାଜ୍ୟରେ ସଂକ୍ରମଣ ହାରିବାରେ ଲାଗିଛି । ରବିବାର 1633 ଜଣ ସଂକ୍ରମିତ ହୋଇଥିଲେ । ସେଥିମଧ୍ୟରୁ 127 ଜଣ କେବଳ ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରବିବାର ରିପୋର୍ଟ ପରେ ଅନୁଗୋଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8338ରେ ପହଞ୍ଚିଛି ।

ରବିବାର ଅନୁଗୋଳରୁ 127 ସଂକ୍ରମିତ
ରବିବାର ଅନୁଗୋଳରୁ 127 ସଂକ୍ରମିତ

127 ଜଣ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ମଧ୍ୟ ଜଣେ କୋଭିଡ ଆକ୍ରାନ୍ତ ଅନୁଗୋଳରେ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକରୁ ୩୧ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 18 ଜଣ ପୁରୁଷ ଓ 13 ଜଣ ମହିଳା ରହିଛନ୍ତି । କଣିହାଁ ବ୍ଳକ ଅଞ୍ଚଳରୁ ୧୮ଜଣ ପୁରୁଷ ଓ ୬ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ 14 ଜଣ ପୁରୁଷ ଓ 2 ଜଣ ମହିଳାଙ୍କୁ ମିଶାଇ 16 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକ ଅଞ୍ଚଳରୁ ୧୪ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୨ ଜଣ ତାଳଚେର ବ୍ଲକ୍ ଅଞ୍ଚଳରୁ ୧୦ଜଣ , ପାଲଲହଡାରୁ ୮ ଜଣ , ତାଳଚେର ପୌରାଞ୍ଚଳରୁ ୭ଜଣ , ଆଠମଲ୍ଲିକରୁ ୩ଜଣ ଓ କିଶୋରନଗର ବ୍ଳକରୁ ୨ଜଣ ରହିଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ସେପଟେ ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ କୋଭିଡ ହସ୍ପିଟାଲରୁ ଓ ୧୦୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.