ETV Bharat / state

ଦେଢ଼ ବର୍ଷ ପରେ ବସିଲା RPDAC ବୈଠକ , MCL କାର୍ଯ୍ୟଶୈଳୀକୁ ନେଇ ଆଶଙ୍କାରେ କ୍ଷତିଗ୍ରସ୍ତ

author img

By

Published : Aug 31, 2021, 9:44 PM IST

କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ପାଇଁ ହୋଇଛି ବଡ଼ ନିଷ୍ପତ୍ତି । ମହାମାରୀ ପାଇଁ ଦୀର୍ଘ ଦିନର ବ୍ୟବଧାନ ପରେ ହୋଇଥିବା RPDAC ବୈଠକରେ ଜମିହରାଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଅଧିକ ପଢ଼ନ୍ତୁ...

ଦେଢ଼ ବର୍ଷ ପରେ ବସିଲା RPDAC ବୈଠକ , MCL କାର୍ଯ୍ୟଶୈଳୀକୁ ନେଇ ଆଶଙ୍କାରେ କ୍ଷତିଗ୍ରସ୍ତ
ଦେଢ଼ ବର୍ଷ ପରେ ବସିଲା RPDAC ବୈଠକ , MCL କାର୍ଯ୍ୟଶୈଳୀକୁ ନେଇ ଆଶଙ୍କାରେ କ୍ଷତିଗ୍ରସ୍ତ

ଅନୁଗୋଳ: କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ପାଇଁ ହୋଇଛି ବଡ଼ ନିଷ୍ପତ୍ତି । ମହାମାରୀ ପାଇଁ ଦୀର୍ଘ ଦିନର ବ୍ୟବଧାନ ପରେ ହୋଇଥିବା RPDAC ବୈଠକରେ ଜମିହରା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କୋଇଲା କମ୍ପାନୀ ରାଜ୍ୟ ସରକାରଙ୍କ ୨୦୦୬ ଜମି ଅଧିଗ୍ରହଣ ଆଇନକୁ କାର୍ଯ୍ୟକାରୀ କରି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରିବାକୁ ପରିପାର୍ଶ୍ବିକ ଉନ୍ନୟନ ପରାମର୍ଶ ଦାତା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତାକୁ ନେଇ ଏବେବି ଆଶଙ୍କାରେ ରହିଛନ୍ତି କ୍ଷତିଗ୍ରସ୍ତ ଲୋକେ ।

କେନ୍ଦ୍ର ସରକାରଙ୍କ କୋଲ୍ ଇଣ୍ଡିଆ ଦ୍ଵାରା ପରିଚାଳିତ ମହାନଦୀ କୋଇଲା କମ୍ପାନୀ ଅନୁଗୋଳର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ କରୁଛି । ସମଗ୍ର ଅଞ୍ଚଳରେ 8ଟି ଖଣି ଉତ୍ତୋଳନ ଯୋଗୁଁ ବାସଚ୍ୟୁତ ହୋଇଛନ୍ତି ଶହଶହ ଗ୍ରାମବାସୀ । ମାତ୍ର କ୍ଷତିପୂରଣ ଓ ନିଯୁକ୍ତିକୁ ନେଇ ଆରମ୍ଭରୁ ଏଯାଏଁ MCL ସରକାରଙ୍କ କୌଣସି ନିଷ୍ପତ୍ତିକୁ ନମାନି ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଯାହାର ସମାଧାନ ପାଇଁ ଆଜି(ମଙ୍ଗଳବାର) ବସିଥିଲା RPDAC ବୈଠକ । କୋଭିଡ ମହାମାରୀ କାରଣରୁ ଦୀର୍ଘ ଦେଢ଼ ବର୍ଷପରେ ଏହି ବୈଠକ ବସିଥିବ ବେଳେ ଏଥିରେ ବହୁ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କିଭଳି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଓ ନିଯୁକ୍ତି ଦିଆଯିବ ବସିଥିବା ୧୧ତମ RPDAC ବୈଠକରେ ନିଷ୍ପତ୍ତି ହୋଇଛି ।

ଆଜି ପୂର୍ବାହ୍ନ ୧୧ଟାରୁ ଅନୁଗୋଳ ଗ୍ରାମ୍ୟ ଉର୍ନ୍ନ୍ୟନ ସଂସ୍ଥାଙ୍କ ସମ୍ମିଳନୀ କକ୍ଷରେ ମସିଥିଲା ଜମିହରାଙ୍କ ପାଇଁ RPDAC ଗୁରୁତ୍ଵପୂର୍ଣ୍ଣ ବୈଠକ । ପ୍ରତି ୬ ମାସରେ ଥରେ RPDAC ବୈଠକ ବସିବାକୁ ଥିବା ବେଳେ ଦୀର୍ଘ ଦେଢ ବର୍ଷ ପରେ ବସିଥିଲେ ଏହି ବୈଠକ । RDC ସମ୍ବଲପୁରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାଂସଦ, ଖଣିଅଞ୍ଚଳ ପ୍ରତିନିଧିତ୍ଵ କରୁଥିବା ଦୁଇ ବିଧାୟକ ଓ ଏମସିଏଲ କର୍ତ୍ତୃପକ୍ଷ ଏହି ବୈଠକରେ ଯୋଗ ଦେଇଥିଲେ । ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ ସମସ୍ତଙ୍କ ଚାପରେ ୨୦୦୬ ଆଇନକୁ ଆଧାର କରି କିଭଳି ଜମିହରାଙ୍କ ଉଚିତ ଥଇଥାନ କରାଯିବ ସେନେଇ ଆଲୋଚନା ହୋଇଥିଲା । ସେପଟେ ପୂର୍ବରୁ MCL କରୁଥିବା କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି MCL କ୍ଷତିଗ୍ରସ୍ତ ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ ବୈଠକ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପୋଲିସ ଛାଉଣିରେ କରିଦିଆଯାଇଥିଲା । ତେବେ ହୋଇଥିବା ନିଷ୍ପତ୍ତି ଆଗାମୀ ଦିନରେ କେତେଦୂର କାର୍ଯ୍ୟକାରୀ ହେଉଛି ଓ ଲୋକେ କେତେ ତାହାର ସୁଫଳ ପାଉଛନ୍ତି ତାହା ଅପେକ୍ଷା କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.