ଅନୁଗୋଳ: ଜିଲ୍ଲାରୁ ୭୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇ ପଜିଟିଭ ସଂଖ୍ୟା ପହଞ୍ଚିଛି ୧୬୪୦ରେ । ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୨୧ ଚିହ୍ନଟ ହୋଇଥିବା ବେଳେ ସେମାଙ୍କ ମଧ୍ୟରେ ୧୭ ଜଣ ପୁରୁଷ ୪ ଜଣ ମହିଳା ଥିବା ଜିଲା ସୂଚନା ଲୋକ ସମ୍ପର୍କ କଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତି ରେ ସୂଚନା ଦିଆଯାଇଛି। ସେହିପରି ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ ୧୧ ପୁରୁଷ ୪ ମହିଳା ଥିବା ଜଣାପଡ଼ିଛି। ସେହିପରି ବଅଁରପାଳ ବ୍ଲକ ଅଞ୍ଚଳ ରୁ ୧୨ ଜଣ (୭ ପୁରୁଷ ୫ ମହିଳା) କଣିହାଁ ବ୍ଲକ ଅଞ୍ଚଳ ରୁ ୮ଜଣ (୭ଜଣ ପୁରୁଷ ଜଣେ ମହିଳା), ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୫ ଜଣ (୪ପୁରୁଷ ଜଣେ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳ ରୁ ୪ ଜଣ (୩ ଜଣ ପୁରୁଷ ଜଣେ ମହିଳା),ପାଲଲହାଡ଼ା ବ୍ଲକ ଅଞ୍ଚଳ ରୁ ୪ ଜଣ (୩ପୁରୁଷ ଜଣେ ମହିଳା) ଅନୁଗୋଳ ପୋୖରାଞ୍ଚଳରୁ ୩ ଜଣ ପୁରୁଷ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୨ ଜଣ ପୁରୁଷ, କିଶୋରନଗର ବ୍ଲକ ଅଞ୍ଚଳ ରୁ ଜଣେ ମହିଳା ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡ଼ିଛି ।
ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରହିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ସୁସ୍ଥ ହୋଇଥିବା ୧୬ ଜଣଙ୍କୁ ନିଜ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୫୬୬ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୫୮୨ରେ ପହଁଚିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ