ETV Bharat / state

ଅନୁଗୋଳରେ ଅଣାୟତ୍ତ କୋରୋନା, ପୁଣି ଗୋଟିଏ ଦିନରେ ୧୬୪ ପଜିଟିଭ

ମଙ୍ଗଳବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ପୁଣି ୧୬୨ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲ୍ଲାରେ ଥମୁନି କୋରୋନା, ପୁଣି ଗୋଟିଏ ଦିନରେ ୧୬୪

author img

By

Published : Sep 23, 2020, 7:18 AM IST

ଅନୁଗୋଳ: ମଙ୍ଗଳବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ପୁଣି ୧୬୨ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୪୭ରେ ପହଞ୍ଚିଛି ।

ଜିଲ୍ଲାରେ ଥମୁନି କୋରୋନା, ପୁଣି ଗୋଟିଏ ଦିନରେ ୧୬୪
ଜିଲ୍ଲାରେ ଥମୁନି କୋରୋନା, ପୁଣି ଗୋଟିଏ ଦିନରେ ୧୬୪

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକରୁ ୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୨ ଜଣ ପୁରୁଷ ଓ ୧୧ଜଣ ମହିଳା ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତି ପକ୍ଷରୁ ସୂଚନା ମିଳିଛି । ସେହିପରି ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ପୁରୁଷ ଓ ୧୦ ଜଣ ମହିଳା ଥିବା ଜଣାପଡିଛି ।

ତାଳଚେରରୁ ୨୨ ଜଣ ( ୧୯ଜଣ ପୁରୁଷ ଓ ୩ ଜଣ ମହିଳା ), ଅନୁଗୋଳରୁ ୨୦ ଜଣ (୧୩ଜଣ ପୁରୁଷ ଓ ୭ ଜଣ ମହିଳା), କଣିହାଁରୁ ୧୯ ଜଣ (୧୬ଜଣ ପୁରୁଷ ଓ ୩ଜଣ ମହିଳା), ଛେଣ୍ଡିପଦାରୁ ୧୦ ଜଣ (୭ଜଣ ପୁରୁଷ ଓ ୩ ଜଣ ମହିଳା), ପାଳଲହଡାରୁ ୬ ଜଣ (୪ଜଣ ପୁରୁଷ ଓ ୨ ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ ୫ ଜଣ (୪ଜଣ ପୁରୁଷ ଓ ୧ ଜଣ ମହିଳା ), ଆଠମଲ୍ଲିକରୁ ୪ ଜଣ (୩ଜଣ ପୁରୁଷ ଓ ୧ ଜଣ ମହିଳା ) ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ଜଣେ ମହିଳା ଅଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ମଙ୍ଗଳବାର ଅନୁଗୋଳ ଜିଲ୍ଲାରୁ ୯୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ କୋଭିଡ ହସପିଟାଲରୁ ଓ ୮୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.