ETV Bharat / state

ଜିଲ୍ଲାରେ ବେକାବୁ କୋରୋନା, ପୁଣି ଗୋଟିଏ ଦିନରେ ୧୩୫ ଚିହ୍ନଟ

author img

By

Published : Sep 29, 2020, 11:09 PM IST

ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୩୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନୁଗୋଳ କୋରୋନା ଅପଡେଟ
ଅନୁଗୋଳ କୋରୋନା ଅପଡେଟ

ଅନୁଗୋଳ: ମଙ୍ଗଳବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୩୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ଏସବୁକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୫୪ରେ ପହଞ୍ଚିଥିବା ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ଅଧିକାରୀ ଶରତ ଚନ୍ଦ୍ର ସେଠି ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକରୁ ୨୮ ଜଣ (୧୯ ଜଣ ପୁରୁଷ ଓ ୯ଜଣ ମହିଳା), ଅନୁଗୋଳ ବ୍ଳକରୁ ୨୨ ଜଣ (୧୫ଜଣ ପୁରୁଷ ଓ ୭ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ (୧୮ ଜଣ ପୁରୁଷ ଓ ୪ ଜଣ ମହିଳା), ଛେଣ୍ଡିପଦାରୁ ୧୭ ଜଣ (୧୪ଜଣ ପୁରୁଷ ଓ ୩ଜଣ ମହିଳା ), ତାଳଚେରରୁ ୧୨ ଜଣ (୯ଜଣ ପୁରୁଷ ଓ ୩ଜଣ ମହିଳା), କିଶୋରନଗରରୁ ୧୨ ଜଣ (୮ଜଣ ପୁରୁଷ ଓ ୪ ଜଣ ମହିଳା ) ଚିହ୍ନଟ ହୋଇଛନ୍ତି ।

ଅନୁଗୋଳ କୋରୋନା ଅପଡେଟ
ଅନୁଗୋଳ କୋରୋନା ଅପଡେଟ
ସେହପରି କଣିହାଁରୁ ୯ ଜଣ ( ୮ ଜଣ ପୁରୁଷ ଓ ୧ଜଣ ମହିଳା ), ପାଲଲହଡାରୁ ୮ ଜଣ (୭ଜଣ ପୁରୁଷ ଓ ୧ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ ୨ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ମହିଳା ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ତେବେ ଆଜି ଜିଲ୍ଲାରୁ ୧୨୮ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ କୋଭିଡ ହସ୍ପିଟାଲରୁ ଓ ୧୧୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.