ETV Bharat / sports

Tokyo Olympics day 4: ଏହି ଭାରତୀୟ କ୍ରୀଡ଼ାବିତଙ୍କ ଉପରେ ରହିବ ନଜର - ଭାରତୀୟ କ୍ରୀଡ଼ାବିତଙ୍କ ଚତୁର୍ଥ ଦିନ ସୂଚୀ

ଟୋକିଓ ଅଲମ୍ପିକ୍ସର ତୃତୀୟ ଦିନରେ ଭାରତକୁ କେବଳ ନିରାଶ ହେବାକୁ ପଡ଼ିଛି । ଏହାପରେ ଭାରତର ନଜର ପୁଣି ଅଲମ୍ପିକ୍ସର ଚତୁର୍ଥ ଦିନ ଉପରେ ରହିଛି । ନଜର ପକାନ୍ତୁ ଚତୁର୍ଥ ଦିନରେ କେଉଁ ଭାରତୀୟ ଆଥଲେଟ କେଉଁ ଇଭେଣ୍ଟରେ ଭାଗ ନେବେ । ଅଧିକ ପଢ଼ନ୍ତୁ...

Tokyo Olympics day 4: ଏହି ଭାରତୀୟ କ୍ରୀଡ଼ାବିତଙ୍କ ଉପରେ ରହିବ ନଜର

author img

By

Published : Jul 25, 2021, 9:39 PM IST

ଟୋକିଓ: ଟୋକିଓ ଅଲମ୍ପିକ୍ସର ତୃତୀୟ ଦିନରେ ଭାରତକୁ କେବଳ ନିରାଶ ହେବାକୁ ପଡ଼ିଛି । ଏହାପରେ ଭାରତର ନଜର ପୁଣି ଅଲମ୍ପିକ୍ସର ଚତୁର୍ଥ ଦିନ ଉପରେ ରହିଛି । ଚତୁର୍ଥ ଦିନରେ ମଧ୍ୟ ଭାରତ ପଦକ ପାଇଁ ସୁଟିଂ ଇଭେଣ୍ଟ ଉପରେ ନଜର ବୁଲାଇବ । ସୁଟର ଅଙ୍ଗଦ ବୀର ସିଂହ ଓ ମୈରାଜ ଅହମ୍ମଦ ସୁଟିଂର ସ୍କିଟିଂ ଇଭେଣ୍ଟରେ ନିଜ ପରାକାଷ୍ଠା ଦେଖାଇବେ । ସୋମବାର ସକାଳ ୬.୩୦ ମିନିଟରେ ଏହି ଇଭେଣ୍ଟ ଆରମ୍ଭ ହେବ ।

ଟୋକିଓ ଅଲମ୍ପିକ୍ସର ପ୍ରଥମ ୩ ଦିନରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ସୁଟିଂ ଇଭେଣ୍ଟରୁ ଭାରତକୁ ପଦକ ମିଳିବା ଆଶା ରହିଥିଲା । ତେବେ ଏହି ଆଶା ଏବେ ଅଙ୍ଗଦ ବୀର ସିଂହ ଓ ମୈରାଜ ଅହମ୍ମଦଙ୍କ ଉପରେ ରହିଛି । ଏୟାର ରାଇଫଲ ସୁଟିଂରେ ଭାରତ କୌଣସି ପଦକ ହାସଲ କରି ପାରିନାହିଁ । ଜୁଲାଇ ୨୬ ତାରଖ ଟୋକିଓ ଅଲମ୍ପିକ୍ସର ଚତୁର୍ଥ ଦିନ ହେବ । ନଜର ପକାନ୍ତୁ ଚତୁର୍ଥ ଦିନରେ କେଉଁ ଭାରତୀୟ ଆଥଲେଟ କେଉଁ ଇଭେଣ୍ଟରେ ଭାଗ ନେବେ ।

ଫେନ୍ସିଂ

  • ସକାଳ ୫.୩୦ମିନିଟରେ ଫେନ୍ସିଂ ଇଭେଣ୍ଟର ମହିଳା ବିଭାଗର ଏକକ ବର୍ଗରେ ଭାରତୀୟ ଆଥଲେଟ ଭବାନୀ ଦେବୀ ଓ ବେନ୍ ଅଜିଜିଙ୍କ ମଧ୍ୟରେ ହେବ ମୁକାବିଲା ।

ତୀରନ୍ଦାଜ

  • ସକାଳ ୬ଟା ବେଳେ ପୁରୁଷ ବିଭାଗ ତୀରନ୍ଦାଜ ଇଭେଣ୍ଟର ଏଲିମିନେଟର୍ସରେ ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରାୟଙ୍କୁ ଦେଖିବାକୁ ମିଳିବ ।

ସୁଟିଂ

  • ସକାଳ ୬.୩୦ ମିନିଟରେ ସୁଟିଂ ସ୍କିଟିଂ ଇଭେଣ୍ଟରେ ମୈରାଜ ଅହମ୍ମଦ ଖାନ ଓ ଅଙ୍ଗଦ ବୀର ସିଂହ ଜାଜବା ପ୍ରତିଦ୍ବନ୍ଦିତା କରିବେ ।

ଟେବୁଲ ଟେନିସ

  • ସକାଳ ୬.୩୦ମିନିଟରେ ପୁରୁଷ ବିଭାଗ ଟେବୁଲ ଟେନିସର ତୃତୀୟ ରାଉଣ୍ଡରେ ଶରତ କମଲ ଓ ଟିଆଗୋ ଓପୋଲୋନିୟାଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।
  • ସକାଳ ୮.୩୦ ମିନିଟରେ ମହିଳା ବିଭାଗରେ ଟେବୁଲ ଟେନିସର ଦ୍ବିତୀୟ ରାଉଣ୍ଡରେ ସୁତିର୍ଥା ମୁଖାର୍ଜୀଙ୍କୁ ଭେଟିବେ ଫୁ ୟୁ ।

ସେଲିଂ

  • ସକାଳ ୮.୩୫ ମିନିଟରେ ସେଲିଂର ଏକକ ବର୍ଗର ଦ୍ବିତୀୟ ରାଉଣ୍ଡରେ ପସର୍ନ ଡିଂଘେଙ୍କୁ ଦେଖିବାକୁ ମିଳିବ ।

ବ୍ୟାଡମିଣ୍ଟନ

  • ସକାଳ ୯.୧୦ ମିନିଟରେ ଗ୍ରୁପ ଏ ପୁରୁଷ ବିଭାଗ ଡବଲ୍ସରେ ସାତ୍ବିକ ସାଇରାଜ୍ ରିଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରତିଦ୍ବନ୍ଦିତା କରିବେ ।

ଟେନିସ୍

  • ସକାଳ ୯.୩୦ ମିନିଟରେ ଟେନିସ ଇଭେଣ୍ଟର ଏକକ ବର୍ଗରେ ଡେନିଲ ମେଦବେଦେବଙ୍କୁ ଭେଟିବେ ଭାରତୀୟ ଖେଳାଳି ସୁମିତ ନାଗଲ

ସେଲିଂ

  • ପୁନଃ ସକାଳ ୧୧.୦୫ ମିନିଟରେ ସେଲିଂର ତୃତୀୟ ରେସ ପାଇଁ ପସର୍ନ ଡିଂଘେ ଲେଜର ରେଡିୟଲଙ୍କ ସହ ମୁକାବିଲା କରିବେ ।

ଟେବୁଲ ଟେନିସ

  • ଦିନ ୧୨ଟା ସମୟରେ ମହିଳା ଏକକ ବର୍ଗର ତୃତୀୟ ରାଉଣ୍ଡରେ ମୋନିକା ଓ ସୋଫିଆ ପୋଲକୈନୋବାଙ୍କ ମଧ୍ୟରେ ମୁକାବିଲା ହେବ ।

ସୁଟିଂ

  • ଦିନ ୧୨.୨୦ ମିନିଟରେ ସ୍କିଟ ଗେମ୍ସ ଫାଇନାଲ ମ୍ୟାଚ ଖେଳାଯିବ। ମୈରାଜ ଅହମ୍ମଦ ଖାନ ଓ ଅଙ୍ଗଦ ବୀର ସିଂହ ଜାଜବାଙ୍କ ପ୍ରଥମ ରାଉଣ୍ଡରେ ଯୋଗ୍ୟତା ହାସଲ କଲେ ଏହି ଇଭେଣ୍ଟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ।

ବକ୍ସିଂ

  • ଅପରାହ୍ଣ ୩.୦୬ ପୁରୁଷ ଏକକ ବର୍ଗର ରାଉଣ୍ଡ ୩୨ରେ ୬୯ରୁ ୭୫ କେଜି ପାଇଁ ଆଶିଷ କୁମାର ପ୍ରତିଦ୍ବନ୍ଦିତା କରିବେ ।

ସ୍ବିମିଂ

  • ଅପରାହ୍ଣ ୩.୫୦ ମିନିଟରେ ୨୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସାଜନ ପ୍ରକାଶଙ୍କୁ ଦେଖିବାକୁ ମିଳିବ ।

ହକି

  • ଅପରାହ୍ଣ ୫.୪୫ ମିନିଟରେ ପୁଲ୍-ଏ'ରେ ଭାରତ ବନାମ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.