ETV Bharat / sports

Tokyo Olympics, Day 6: ମହିଳା ହକିରେ ବ୍ରିଟେନଠୁ ହାରିଲା ଭାରତ

ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକିରେ ଭାରତକୁ ୪-୧ରେ ପରାସ୍ତ କରିଛି ବ୍ରିଟେନ । ଅଧିକ ପଢନ୍ତୁ...

ମହିଳା ହକିରେ ବ୍ରିଟେନଠୁ ହାରିଲା ଭାରତ
ମହିଳା ହକିରେ ବ୍ରିଟେନଠୁ ହାରିଲା ଭାରତ
author img

By

Published : Jul 28, 2021, 9:02 AM IST

ଟୋକିଓ: ଅଲମ୍ପିକର ଷଷ୍ଠ ଦିନରେ ମହିଳା ହକିରେ ଭାରତ ଓ ବ୍ରିଟେନ ମଧ୍ୟରେ ପୁଲ-ଏ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚର ପ୍ରଥମ କ୍ବାର୍ଟରର ଦ୍ବିତୀୟ ମିନିଟରେ ବ୍ରିଟେନର ହେନା ମାର୍ଟିନ ଦଳ ପାଇଁ ଗୋଟିଏ ଗୋଲ କରିଛନ୍ତି ।

ଏହି ସମୟରେ ଭାରତୀୟ ଦଳ ଉପରେ ବ୍ରିଟେନ ଦଳ ମଜବୁତ ସ୍ଥିତିରେ ରହିଛି । ମ୍ୟାଚର ସମୟ ବଢିବା ସହିତ ବ୍ରିଟେନର ହେନା ମାର୍ଟିନ ଆଉ ଏକ ଗୋଲ କରିବାରେ ସଫଳ ହୋଇଛନ୍ତି । ଭାରତ ବିପକ୍ଷରେ ବ୍ରିଟେନ ୨-୦ରେ ଆଗରେ ରହିଥିଲା । ଏହାପରେ ଭାରତୀୟ ଦଳ ଆକ୍ରମଣ ଧାରା ଜାରି ରଖିଥିଲା । ୨୩ ମିନିଟରେ ଭାରତର ଶର୍ମିଳା ଦେବୀ ଗୋଟିଓ ଗୋଲ କରିଥିଲେ । ବ୍ରିଟେନଠାରୁ ଗୋଟିଏ ଗୋଲ ଦୂରରେ ଥିବା ଭାରତ ପେନାଲ୍ଟିରେ ଗୋଲ କରି ପାରିଲା ନାହିଁ । ଏହାରି ଭିତରେ ବ୍ରିଟେନ ଆଉ ଏକ ଗୋଲ କରିବାରେ ସଫଳ ହୋଇଥିଲା ।

୪୧ ତମ ମିନିଟରେ ବ୍ରିଟେନର ଲିଲି ଓୱେସଲି ଗୋଲ କରି ୩-୧ରେ ସ୍କୋର ପହଞ୍ଚାଇଥିଲେ । ଏହା ପରେ ବ୍ରିଟେନର ଗ୍ରେସ୍ 57 ମିନିଟରେ ଆଉ ଏକ ଗୋଲ୍ ସ୍କୋର କରି ବ୍ରିଟେନ ଏବଂ ଭାରତ ମଧ୍ୟରେ 4-1 ସ୍କୋର କରି ବିଜୟ ନିଶ୍ଚିତ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.