ETV Bharat / sports

ମନୋବଳ ବଢାଇବା ପାଇଁ ରେଳ ମନ୍ତ୍ରାଳୟର ଘୋଷଣା, ଅଲମ୍ପିକ ଆଥଲେଟ ଓ କୋଚ ପାଇବେ ପୁରସ୍କାର - ରେଲୱେ ଆଥଲେଟଙ୍କ ପାଇଁ ପୁରସ୍କାର

ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଆଥଲେଟ ଓ କୋଚଙ୍କୁ ମନୋବଳ ବଢ଼ାଇବା ପାଇଁ ରେଳ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ଘୋଷଣା । ଅଧିକ ପଢ଼ନ୍ତୁ...

railway ministry announces special incentives  for railway athletes playing in tokyo olympics
ଅଲମ୍ପିକ୍ ଗେମ୍ସରେ ରେଲୱେ ଆଥଲେଟଙ୍କ ପାଇଁ ରେଳ ମନ୍ତ୍ରାଳୟର ପୁରସ୍କାର ଘୋଷଣା
author img

By

Published : Aug 1, 2021, 3:27 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଆଥଲେଟ ଓ କୋଚଙ୍କୁ ମନୋବଳ ବଢ଼ାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ଟୋକିଓ ଅଲମ୍ପିକ୍ ଗେମ୍ସରେ ଯୋଗ ଦେଇଥିବା ରେଲୱେ ଆଥଲେଟଙ୍କୁ ପ୍ରୋତ୍ସାହନ ଓ ପଦୋନ୍ନତି ଦେବ ରେଳ ମନ୍ତ୍ରାଳୟ ।

ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଟୋକିଓ ଅଲମ୍ପିକ୍ ଗେମ୍ସ ୨୦୨୦ରେ ରେଲୱେ ପକ୍ଷରୁ ୨୫ ଜଣ ଆଥଲେଟ, ୫ ଜଣ କୋଚ୍ ଓ ଜଣେ ଫିଜିଓ ଯୋଗ ଦେଇଛନ୍ତି । କହିବାକୁ ଗଲେ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ମୋଟ ଭାରତୀୟ ଆଥଲେଟଙ୍କ ମଧ୍ୟରେ ୨୦ ପ୍ରତିଶତ ରେଲୱେ ପକ୍ଷରୁ ଯୋଗ୍ୟତା ହାସଲ କରିଛନ୍ତି । ଏହି ଆଥଲେଟମାନଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ପ୍ରୟାସ କରି ରେଳ ମନ୍ତ୍ରାଳୟ ।

ରେଲୱେ ଆଥଲେଟଙ୍କ ପାଇଁ ପୁରସ୍କାର ସ୍ବରୁପ ସ୍ବତନ୍ତ୍ର ଧନରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ । କ୍ରୀଡ଼ାର ଏହି ମହାକୁମ୍ଭରେ ସ୍ବର୍ଣ୍ଣ ପଦକ ହାସଲ କଲେ ୩ କୋଟି ଟଙ୍କା ପୁରସ୍କାର ଦେବ ରେଳ ମନ୍ତ୍ରାଳୟ । ସେହିଭଳି ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଁ ଯଥାକ୍ରମେ ୨ କୋଟି ଓ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ । ତା ସାଙ୍ଗକୁ ଏହି ଆଥଲେଟମାନଙ୍କୁ ପଦୋନ୍ନତି ସ୍ବତନ୍ତ୍ର ପଲିସି ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରାଯାଇଛି ।

ଯେଉଁ ଆଥଲେଟମାନେ କେବଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେମାନଙ୍କୁ ୭.୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । କେବଳ ଆଥଲେଟ ନୁହଁନ୍ତି, ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କ କୋଚଙ୍କୁ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ସେହିଭଳି ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା କ୍ରୀଡ଼ାବିତଙ୍କ କୋଚଙ୍କୁ ଯଥାକ୍ରମେ ୨୦ ଲକ୍ଷ ଓ ୧୫ ଲକ୍ଷ ଟଙ୍କା ପୁରସ୍କାର ସ୍ବରୁପ ଦେବାକୁ ଘୋଷଣା କରାଯାଇଛି । ଦେଶର ସ୍ବାର୍ଥ ଦୃଷ୍ଟିରୁ ପୁରସ୍କାର ରାଶି ଘୋଷଣା କରାଯାଇଥିବା ନେଇ ରେଲୱେ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.