ମୁମ୍ବାଇ: ଅଲମ୍ପିକ ପଦକ ବିଜେତାଙ୍କ ପାଇଁ ଅର୍ଥରାଶି ଘୋଷଣା କଲା BCCI । ବିଶ୍ବର ବିତ୍ତଶାଳୀ କ୍ରିକେଟ ବୋର୍ଡ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶନିବାର ଅଲମ୍ପିକ ପଦକ ବିଜେତାଙ୍କ ପାଇଁ ଅର୍ଥରାଶି ଘୋଷଣା କରିଛି । ଏନେଇ ବିସିସିଆଇ ସେକ୍ରେଟାରୀ ଜୟ ଶାହା ଟ୍ବିଟ କରି ସୂଚନା ଦେଇଛନ୍ତି । ଭାରତ ଚଳିତ ଅଲମ୍ପିକରେ ଭାରତ ୭ ଟି ପଦକ ହାସଲ କରିଛି ।
ଚଳିତ ଅଲମ୍ପିକରେ ଭାରତ ପ୍ରଦର୍ଶନ ସେତେଟା ଉନ୍ନତ ପରିଲକ୍ଷିତ ହୋଇନଥିଲେ ମଧ୍ୟ ଆଜି କିନ୍ତୁ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଡରେ ଭାରତର ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଟ ଇଭେଣ୍ଟ ଜାଭେଲିନ ଥ୍ରୋରେ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ନୀରଜ । ଯାହାକୁ ନେଇ ଭାରତରେ ମଧ୍ୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀର ଭାରତର ଅଲମ୍ପିକ ପଦକ ବିଜେତାମାନଙ୍କ ପାଇଁ ଅର୍ଥରାଶୀ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ସ୍ବର୍ଣ୍ଣ ପଦକ ବିଜୟୀଙ୍କ ପାଇଁ ୧ କୋଟି ଟଙ୍କା ଘୋଷଣା କରାଯାଇଥିବାବେଳେ ରୌପ୍ୟ ପାଇଁ ୫୦ ଲକ୍ଷ ଓ ବ୍ରୋଞ୍ଜ ପାଇଁ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ସେହିପରି ପୁରୁଷ ହକି ଦଳ ପାଇଁ ୧.୨୫ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ ।
ଅଲମ୍ପିକରେ ପଦକ ହାସଲ କରିଥିବା ଖେଳାଳି ମାନେ ହେଲେ ମୀରାବାଇ ଚାନୁ,ରବି କୁମାର ଦାହିୟା,ବଜରଙ୍ଗ ପୁନିଆ, ପି.ଭି ସିନ୍ଧୁ,ଲୋଭଲିନା ବୋରଗାଁହ, ନୀରଜ ଚୋପ୍ରା, ପୁରୁଷ ହକି ଦଳ ପଦକ ବଜୟୀ ହୋଇଛନ୍ତି । ପଦକ ବିଜୟୀ ହୋଇଥିବା କ୍ରୀଡାବିତଙ୍କ ପାଇଁ ଅର୍ଥ ରାଶୀ ଘୋଷଣା କରିଛି ବିସିସିଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ