ମେଲବର୍ଣ୍ଣ: ଟେନିସ ଶୀର୍ଷ ମାନ୍ୟତାରେ ଥିବା ଆସ ବାର୍ଟି ଅଷ୍ଟ୍ରେଲିଆନ ଓପନରେ ଧମାକାଦାର ଆରମ୍ଭ କରିଛନ୍ତି । ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଗ୍ରାଣ୍ଡ ସ୍ଲାମ ମ୍ୟାଚ ଖେଳୁଥିବା ବାର୍ଟି ଡାଙ୍କା କୋଭିନିକଙ୍କୁ ପ୍ରଥମ ରଦାଉଣ୍ଡରେ 6-0, 6-0ରେ ମାତ ଦେଇ, ବିଜୟକୁ ଅଭିଯାନ ଆରମ୍ଭ କରିଛନ୍ତି ।
ଗତ ବର୍ଷ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ଚମ୍ପିଆନ ସୋଫିଆ କେନିନଙ୍କ ଟାରୁ ପରାସ୍ତ ହୋଇଥିଲେ । ପରେ ଫ୍ରେଞ୍ଚ ଓପନଓ ୟୁଏସ ଓପନରୁ କୋରୋନା ମହାମାରୀ ପାଇଁ ଓହରି ଯାଇଥିଲେ ।
ଗତ ସପ୍ତାହରେ ୟାରା ଭାଲି ଅଭ୍ୟାସ ମ୍ୟାଚ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିଲେ । ତେବେ ଏହାପୂର୍ବରୁ ଗତ ଫେବ୍ରୁଆରୀରେ ଶେଷ ପ୍ରତିଯୋଗୀତା ମ୍ୟାଚ ଖେଳିଥିଲେ ।
2019ରେ ଫ୍ରେଞ୍ଚ ଓପନ ଚମ୍ପିଆନ ମଧ୍ୟ ରହିଥିଲେ ବାର୍ଟି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ