ETV Bharat / sports

World Archery Youth C'Ship: ଭାରତର କୋମାଲିକା ବରି ବିଶ୍ବ ଚମ୍ପିଆନ

author img

By

Published : Aug 15, 2021, 10:59 PM IST

ଭାରତର କୋମାଲିକା ବରି ୨୧ ବର୍ଷରୁ କମ ରିକର୍ଭ ଇଭେଣ୍ଟର ନୂଆ ବିଶ୍ବ ଚମ୍ପିଆନ ହୋଇଛନ୍ତି । ଅଧିକ ପଢନ୍ତୁ...

World Archery Youth C'Ship: Komalika Bari becomes junior recurve world champion, men's and mixed team also bag gold
World Archery Youth C'Ship: ଭାରତର କୋମାଲିକା ବରି ବିଶ୍ବ ଚମ୍ପିଆନ

ହାଇଦ୍ରାବାଦ: ଚଳିତ ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପରେ ଭାରତର ଐତିହାସିକ ପ୍ରଦର୍ଶନ। ରବିବାର ଭାରତର କୋମାଲିକା ବରି ୨୧ ବର୍ଷରୁ କମ ରିକର୍ଭ ଇଭେଣ୍ଟର ନୂଆ ବିଶ୍ବ ଚମ୍ପିଆନ ହୋଇଛନ୍ତି । ଭାରତୀୟ ଜୁନିୟର ରିକର୍ଭ ତୀରନ୍ଦାଜ ଟିମ ମଧ୍ୟ ପୁରୁଷ ଓ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

୨୧ବର୍ଷରୁ କମ ପୁରୁଷ ରିକର୍ଭ ଟିମ ଫାଇନାଲରେ ଭାରତୀୟ ଟିମର ନେତୃ୍ତ୍ବ ନେଉଥିବା ଧୀରଜ ବୋମଦେବରାସ, ଆଦିତ୍ୟ ଚୌଧୁରୀ ଓ ପାର୍ଥ ସୁଶାନ୍ତ ସାଲୁଙ୍କେ ଦମଦାର ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ପେନ ବିପକ୍ଷରେ ପଛୁଆ ଥିବା ଭାରତୀୟ ଟିମ ଶେଷରେ ଜବରଦସ୍ତ କମବ୍ୟାକ ସହ ୫-୩ରେ ବିଜୟୀ ହୋଇଥିଲେ ।

ପରେ ପାର୍ଥ ସାଲୁଙ୍କେଲ କୋମାଲିକା ବରିଙ୍କ ସହ ମିକ୍ସଡ ଟିମ ଇଭେଣ୍ଟରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଉଭୟ ଖେଳାଳି ସ୍ପାନିସ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୫-୩ରେ ହରାଇ ଚମତ୍କାର ବିଜୟ ହାସଲ କରିଥିଲେ ।

ପରେ କୋମାଲିକା ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ସ୍ପେନର କାନାଲେସ ଏଲାଙ୍କୁ ୭-୩ରେ ହରାଇ ଦିନର ଦ୍ବିତୀୟ ସ୍ବର୍ଣ୍ଣ ହାସଲ କରିଥିଲେ । ଏଥିସହ ସେ ଦୀପିକା କୁମାରୀଙ୍କ ପରେ ୨୧ ବର୍ଷରୁ କମ ବିଶ୍ବ ଚମ୍ପିଆନସିପ୍‌ ଓ ୧୮ ବର୍ଷରୁ କମ ଟାଇଟେଲ ହାସଲ କରିବାରେ ଦ୍ବିତୀୟ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି । ବର୍ଷ ୨୦୧୯ ମାଦ୍ରିଦରେ ବରି କାଡେଟ୍‌ ଟାଇଟେଲ ବିଜେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.