ETV Bharat / sports

ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପ୍‌: ସ୍ବର୍ଣ୍ଣ ଜିତିଲା ଟିମ ଇଣ୍ଡିଆ

ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପ୍‌ର କମ୍ପାଉଣ୍ଡ କାଡେଟ୍‌ ମହିଳା ଟିମ ଇଭେଣ୍ଟରେ ତୁର୍କୀକୁ ହରାଇ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । ଅଧିକ ପଢନ୍ତୁ...

World Archery Youth C'Ship: India defeat Turkey in Compound Cadet Women team event to win gold
ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପ୍‌: ସ୍ବର୍ଣ୍ଣ ଜିତିଲା ଟିମ ଇଣ୍ଡିଆ
author img

By

Published : Aug 14, 2021, 3:18 PM IST

Updated : Aug 14, 2021, 5:40 PM IST

ନୂଆଦିଲ୍ଲୀ: ଚଳିତ ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପ୍‌ର କମ୍ପାଉଣ୍ଡ କାଡେଟ୍‌ ମହିଳା ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । ଫାଇନାଲରେ ଭାରତୀୟ ଟିମ ୨୨୮-୨୧୬ ପଏଣ୍ଟରେ ତୁର୍କୀକୁ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ।

ଭାରତୀୟ ଟିମରେ ପ୍ରଣୀତ କୌର, ପ୍ରିୟା ଗୁରଜର ଓ ରିଦ୍ଧି ବର୍ଷିନୀ ଦମଦାର ପ୍ରଦର୍ଶନ କରିଥିଲେ । ସଂପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ପ୍ରତିପକ୍ଷ ତୁର୍କୀ ଖେଳାଳିଙ୍କୁ ପଛରେ ପକାଇଥିଲେ ।

୧୦ ଅଗଷ୍ଟରେ ଚଳିତ ବିଶ୍ବ ତୀରନ୍ଦାଜ ୟୁଥ୍‌ ଚମ୍ପିଆନସିପ୍‌ରେ ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜ ମହିଳା ଟିମର ଖେଳାଳି ଓ ମିକ୍ସଡ ଟିମ, ଯୋଗ୍ୟତା ପର୍ଯ୍ୟାୟରେ ଦୁଇଟି(U-18) ବିଶ୍ବ ରେକର୍ଡ କରିଥିଲେ ।

ପ୍ରିୟା ଗୁରଜର ବ୍ୟକ୍ତିଗତ ପୋଲ୍‌ରେ ୬୯୬, ପ୍ରଣୀତ କୌର ଓ ରିଧୁ ସେନ୍ଥିକୁମାର ମିଳିତ ଭାବେ ୨-୬୭/2160 ପଏଣ୍ଟ ହାସଲ କରିବା ସହ ୨୨ ପଏଣ୍ଟରେ ମହିଳା ଟିମ ବିଶ୍ବ ରେକର୍ଡର ଅଧିକାରୀ ହୋଇଥିଲେ । ପୂର୍ବରୁ ଏହି ରେକର୍ଡ USA ନାମରେ ୨୦୪୫/2160 ପଏଣ୍ଟ ରହିଥିଲା ।

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2021, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.