ETV Bharat / sports

ଅଲମ୍ପିକ୍‌ର ଶେଷ ଦିନରେ, ଟୋକିଓ ଆଡକୁ ମାଡିଆସୁଛି ବାତ୍ୟା 'ମିରିନାଏ' ! - Olympics

ଅଗଷ୍ଟ ୮ରେ ଟୋକିଓ ଅଲମ୍ପିକ୍‌ର ଉଦଯାପନୀ ସମାରୋହ ରହିଛି । ଅଧିକ ପଢନ୍ତୁ...

Typhoon expected to approach Tokyo on the last day of Olympics
ଅଲମ୍ପିକ୍‌ର ଶେଷ ଦିନରେ, ଟୋକିଓ ଆଡକୁ ମାଡିଆସୁଛି ବାତ୍ୟା 'ମିରିନାଏ' !
author img

By

Published : Aug 7, 2021, 3:07 PM IST

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଅଲମ୍ପିକ ଖେଳ ଚାଲିଥିବାରୁ ଏବେ ସମଗ୍ର ବିଶ୍ବର ନଜର ଏହି ସହର ଉପରେ ରହିଛି । ବିଶ୍ବ କ୍ରୀଡାର ମହକୁମ୍ଭ ଅଲମ୍ପିକ ପାଇଁ COVID-୧୯ ସଂକ୍ରମଣ ସତ୍ତ୍ବେ ପ୍ରତିଯୋଗିତା ସଫଳତାର ସହ ଶେଷ ପର୍ଯ୍ୟାୟରେ ରହିଛି । ରବିବାର (ଅଗଷ୍ଟ ୮) ଟୋକିଓ ଅଲମ୍ପିକ୍‌ର ଉଦଯାପନୀ ସମାରୋହ ରହିଛି ।

ତେବେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ପ୍ରଶାନ୍ତ ମହାସାଗର ପଟୁ ରବିବାର ଏକ ଝଡବାତ୍ୟା ଟୋକିଓ ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳ ଆଡକୁ ମାଡିଆସୁଛି । ଏହି ସାମୁଦ୍ରିକ ଝଡର ନାମ 'ମିରିନାଏ' ରହିଥିବାବେଳେ, ସମୁଦ୍ରରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଦକ୍ଷିଣ ଜାପାନିଜ୍‌ ଆର୍ଚିପେଲାଗୋ ଆଡକୁ ଗତି କରୁଛି । ଜାପାନ ମେଟ୍ରୋଲୋଜିକାଲ ଏଜେନ୍ସି ଶନିବାର ଉଚ୍ଚ ଜୋରଦାର ପବନ ଓ ଉଚ୍ଚ ଜୁଆର ଉଠିବା ନେଇ ଚେତାବନୀ ଦେଇଛି ।

ଜାପାନର ସ୍ଥାନୀୟ ସମୟ ସନ୍ଧ୍ୟା ୮.୦୦ଟାରେ ଅଲମ୍ପିକ ଉଦଯାପନୀ ସମାରୋହର କାର୍ଯ୍ୟକ୍ରମ ରହିଛି । ଶେଷ ଦିନରେ ଟ୍ରାକ୍ ଫିଲ୍ଡ, ଭଲିବଲ, ୱାଟର ପୋଲୋ, ବକ୍ସିଂ, ହ୍ୟାଣ୍ଡବଲ୍‌ ଓ ବାସ୍କେଟବଲ ପ୍ରତିଯୋଗିତା ମଧ୍ୟ ରହିଛି ।

ଉଦଯାପନୀ ସମାରୋହରେ ଟୋକିଓ ୨୦୨୦ ଓ ପ୍ୟାରିସ ୨୦୨୪ ମଧ୍ୟରେ ଦାୟିତ୍ବ ହସ୍ତାନ୍ତର କରିବାର ଔପଚାରିକ କାର୍ଯ୍ୟକ୍ରମ ଟୋକିଓ ଅଲମ୍ପିକ ଷ୍ଟାଡିୟମରେ ରହିଛି । ଟୋକିଓର ଗଭର୍ଣ୍ଣର ୟୁରିକୋ କୋଇକେ ଅଲମ୍ପିକ ପତାକା ପ୍ୟାରିସର ମେୟର ଅନେ ହିଦାଲେଗାଙ୍କୁ ପ୍ରଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.