ETV Bharat / sports

କୋରନା ଭୟ: ଟ୍ରମ୍ପଙ୍କ ପରାମର୍ଶ, ବର୍ଷେ ପାଇଁ ଅଲମ୍ପିକ ହେଉ ସ୍ଥଗିତ

ଟ୍ରମ୍ପ ପରାମର୍ଶ ଦେଇ କହିଛନ୍ତି ଯେ, ଟୋକିଓ ଅଲମ୍ପିକକୁ ବର୍ଷକ ପାଇଁ ସ୍ଥଗିତ କରି ଦିଆଯାଉ । ଖାଲି ଷ୍ଟାଡିୟମରେ ଇଭେଣ୍ଟ କରାଯିବା ପରିବର୍ତ୍ତେ, ଅଲମ୍ପିକକୁ ସ୍ଥଗିତ କରାଗଲେ ବହୁତ ଭଲ ହେବ ।

author img

By

Published : Mar 13, 2020, 9:32 PM IST

trump
trump

ଓ୍ବାଶିଂଟନ: ବିଶ୍ବକୁ ଘାରିଛି କୋରନା ଆତଙ୍କ । ଏନେଇ ଅନେକ ଟୁର୍ଣ୍ଣାମେଣ୍ଟ ବାତିଲ୍‌ ହେବା ସହ ସ୍ଥଗିତ ମଧ୍ୟ କରାଯାଉଛି । ଖେଳାଳି ଓ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପରାମାର୍ଶ ଦେଇଛନ୍ତି । 2020 ଟୋକିଓ ଅଲମ୍ପିକକୁ ବର୍ଷକ ପାଇଁ ସ୍ଥଗିତ କରାଯାଉ ବୋଲି ସେ କହିଛନ୍ତି ।

ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଟୋକିଓ ଅଲମ୍ପିକକୁ ବର୍ଷକ ପାଇଁ ସ୍ଥିଗତ କରି ଦିଆଯାଉ । ଖାଲି ଷ୍ଟାଡିୟମରେ ଇଭେଣ୍ଟ କରାଯିବା ପରିବର୍ତ୍ତେ, ଅଲମ୍ପିକକୁ ସ୍ଥଗିତ କରାଗଲେ ବହୁତ ଭଲ ହେବ । ଏପଟେ ଟୋକିଓ ଗଭର୍ଣ୍ଣର ୟୁରିକୋ କୋଏକେ କହିଛନ୍ତି ଯେ, କୋରନାର ପ୍ରଭାବ ଅଲମ୍ପିକରେ ନିଶ୍ଚିତ ଭାବେ ପଡିବ । କିନ୍ତୁ ଏହି ଖେଳକୁ ରଦ୍ଦ କରାଯାଇପାରିବ ନାହିଁ ।

ଏପଟେ 2020 ଟୋକିଓ ଅଲମ୍ପିକର ଆୟୋଜନ ସମିତି କହିଛି ଯେ, ସ୍ଥିତିକୁ ନିରିକ୍ଷଣ କରୁଛୁ । ଡବ୍ଲୁଏଚଓର ପରାମର୍ଶ ନେବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.