ETV Bharat / sports

ଭାରତୀୟ ଆଥଲେଟିକ୍ସ ଟିମ ସହ କଥାହେବେ ତେନ୍ଦୁଲକର

author img

By

Published : Jul 20, 2021, 5:14 PM IST

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଟୋକିଓ ଅଲମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଥିବା ଆଥଲେଟିକ୍ସ ଟିମ ସହ କଥାହେବେ ।

Tokyo Olympics: Tendulkar to interact with Indian athletics team on Tuesday
ଭାରତୀୟ ଆଥଲେଟିକ୍ସ ଟିମ ସହ କଥାହେବେ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଟୋକିଓ ଅଲମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଥିବା ଆଥଲେଟିକ୍ସ ଟିମ ସହ ମଙ୍ଗଳବାର କଥାହେବେ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୋକିଓ ଅଲମ୍ପିଆନଙ୍କ ସହ କଥା ହେବା ସହ ଉତ୍ସାହିତ କରିଥିଲେ । ପଦକ ବିଜୟର ଚାପରେ ନୁହେଁ ବରଂ ବିନା ଚାପରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଅପିଲ କରିଥିଲେ । ସମସ୍ତ ଦେଶବାସୀ ଓ ଭାରତ ସରକାରଙ୍କ ଶୁଭକାମନା ଆଥଲେଟଙ୍କ ସହ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ଆଥଲେଟିକ୍ସ ଇଭେଣ୍ଟ ଜୁଲାଇ ୩୧ରୁ ଆରମ୍ଭ ହେବ । ଭାରତୀୟ ଆଥଲେଟଙ୍କ ପାଇଁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ରେଡ୍‌ କାର୍ପେଟ ବିଛାଯାଇଥିଲା । ଅଲମ୍ପିକ୍ସ ଅଂଶଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଇଯାଇଥିଲା । ଏହି ଐତିହାସିକ ମନୋରମ ଦୃଶ୍ୟର ସାକ୍ଷୀ ପାଲଟିଥିଲା ବିମାନବନ୍ଦର ।

ବିମାନବନ୍ଦରରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ, କ୍ରୀଡାରାଜ୍ୟ ମନ୍ତ୍ରୀ, ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତିଙ୍କ ସମେତ ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧିକାରୀଙ୍କ ଉପସ୍ଥିତ ରହିଥିଲେ । ସମସ୍ତେ ଟୋକିଓ ଅଲମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଥିଲେ । ଭାରତ ସରକାର ଅଲମ୍ପିକ ଯୋଗ୍ୟ ଆଥଲେଟ୍‌ଙ୍କ ଟୋକିଓ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ।

ଭାରତୀୟ ଖେଳାଳି ମୋଟ ୧୮ଟି ଇଭେଣ୍ଟ- ତୀରନ୍ଦାଜ, ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ, ଇକ୍ୟୁଏଷ୍ଟ୍ରିଆନ, ଫେନ୍ସିଂ, ଗୋଲଫ୍‌, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, ରୋଇଂ, ସୁଟିଂ, ସେଲିଂ, ସୁଇମିଂ, ଟେବୁଲ ଟେନିସ, ଭାରୋତ୍ତନଲ ଓ କୁସ୍ତିରେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.