ETV Bharat / sports

ତୀରନ୍ଦାଜ ବିଶ୍ବକପ ପାଇଁ 6 ଜଣିଆ ଭାରତୀୟ ଦଳ ଘୋଷିତ

ତୀରନ୍ଦାଜ ବିଶ୍ବକପ ପାଇଁ 6 ଜଣିଆ ଭାରତୀୟ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ଭାରତୀୟ ତୀରନ୍ଦାଜଙ୍କ ମହାସଂଘ ୱେବସାଇଟରେ ଏହାକୁ ନେଇ ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ...

ତୀରନ୍ଦାଜ ବିଶ୍ବକପ ପାଇଁ 6 ଜଣିଆ ଭାରତୀୟ ଦଳ ଘୋଷିତ
ତୀରନ୍ଦାଜ ବିଶ୍ବକପ ପାଇଁ 6 ଜଣିଆ ଭାରତୀୟ ଦଳ ଘୋଷିତ
author img

By

Published : Mar 9, 2021, 10:47 PM IST

ନୂଆଦିଲ୍ଲୀ: ତୀରନ୍ଦାଜ ବିଶ୍ବକପ ପାଇଁ 6 ଜଣିଆ ଭାରତୀୟ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ଭାରତୀୟ ତୀରନ୍ଦାଜଙ୍କ ମହାସଂଘ ୱେବସାଇଟ ମୁତାବକ ଏହି 6 ଜଣିଆ ଦଳ ଜୁନ୍ 21ରୁ 27 ତାରିଖମ ମଧ୍ୟରେ ହେବାକୁ ଥିବା ପ୍ୟାରିସ ବିଶ୍ବକପରେ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ଓ ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତ ହାସଲ କରିବାକୁ ଶେଷ ସୁଯୋଗ ହେବ।

ପ୍ୟାରିସ ବିଶ୍ବକପରେ ମହିଳା ଦଳ ପଦକ ହାସଲ କଲେ ଅଲିମ୍ପିକ୍ସ ପାଇଁ ବାଟ ଖୋଲିଯିବ। ଏହି ଟିମ 17ରୁ 23 ମେ ପର୍ଯ୍ୟନ୍ତ ହେବାକୁ ଥିବା ସାଂଘାଇ ବିଶ୍ବକପରେ ମଧ୍ୟ ଭାଗ ନେବ। ଏହି ଦଳରେ ଆର୍ମୀ ତୀରନ୍ଦାଜ ପ୍ରବୀଣ ଯାଦବ, ଝାଡ଼ଖଣ୍ଡର ଦୀପିକା କୁମାରୀ, ଅତାନୁ ଦାସ, ତରୁଣଦୀପ ରାୟ, ଅଙ୍କିତା ଭକତ ଓ କୋମାଲିକା ବାରୀ ସାମିଲ ରହିଛନ୍ତି।

ପ୍ରବୀଣ ଯାଦବ, ଅତାନୁ ଦାସ 2019 ତୀରନ୍ଦାଜ ବିଶ୍ବକପରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛନ୍ତି। ଏହାଛଡ଼ା ରିୟୋ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ପୁରୁଷ ଦଳ ଭଲ ପ୍ରଦର୍ଶନ କରିଥିଲା। 24 ବର୍ଷୀୟ ପ୍ରବୀଣ ଯାଦବ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.