ETV Bharat / sports

Fifa Club World Cup: ହାରିଲା ଅଲ ହିଲାଲ, ରିଅଲ ମାଦ୍ରିଦକୁ ପଞ୍ଚମ ଟାଇଟଲ

author img

By

Published : Feb 13, 2023, 12:37 PM IST

ଫିଫା କ୍ଲବ ବିଶ୍ବକପରେ ବାଜି ମାରି ନେଇଛି ରିଅଲ ମାଦ୍ରିଦ । ପଞ୍ଚମ ଥର ପାଇଁ ଟାଇଟନ ବିଜୟୀ ହୋଇଛି ରିଅଲ ମାଦ୍ରିଦ । ଅଧିକ ପଢନ୍ତୁ

real madrid champion
Fifa Club World Cup

ହାଇଦ୍ରାବାଦ: ଫିଫା କ୍ଲବ ବିଶ୍ବକପ ଟ୍ରଫି ନିଜ ନାମରେ କରି ନେଇଛି ରିଅଲ ମାଦ୍ରିଦ । ରାବଟ ମରକ୍କୋ ସିଟିରେ ଅନୁଷ୍ଠିତ ଫିଫା କ୍ଲବ ବିଶ୍ବକପ 19ତମ ସଂସ୍କରଣ ଫାଇନାଲରେ ଚାମ୍ପିଅନ ହୋଇଛି ରିଅଲ ମାଦ୍ରିଦ । ସାଉଦି ଆରବର ଫୁଟବଲ କ୍ଲବ ଅଲ- ହିଲାଲକୁ 5-3 ଗୋଲରେ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜୟୀ ହୋଇଛି ରିଅଲ ମାଦ୍ରିଦ । ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ବ୍ରାଜିଲର ସିଆର ଫ୍ଲାମେଙ୍ଗୋ 4-2 ଗୋଲରେ ଇଜିପ୍ଟ କ୍ଲବ ଅଲ ଅହଲିକୁ ହରାଇଛି ।

ଏହା ବି ପଢନ୍ତୁ....ICC Women's T20 World Cup: ଚମକିଲେ ଭାରତର ଝିଅ, ୭ ୱିକେଟରେ ହାରିଲା ପାକିସ୍ତାନ

କଡ୍ଡା ମୁକାବିଲାରେ ମାଦ୍ରିଦ ପକ୍ଷରୁ ଭିନସିୟସ ଜୁନିଅର 13 ଓ 69ତମ ମିନିଟରେ ଗୋଲ ଦେଇଥିଲେ । ସେହିପରି ପେଡେରିକୋ ଭାଲଭେରଡେ ମଧ୍ୟ 18 ଓ 58ତମ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ । ସେହପିର କରିମ ବେଞ୍ଜମା 54ତମ ମିନିଟରେ ଗୋଟିଏ ଗୋଲ୍‌ କରିଥିଲେ । ଅଲ ହିଲାଲ ତରଫରୁ ମୋଉସା ମାରେଗା 26 ଓ ଲୁସିଆନୋ ଭିଏଟୋ 63 ଓ 79ତମ ମିନିଟରେ ଦୁଇଟି ଗୋଲ୍‌ କରିଥିଲେ । ରିଅଲ ମାଦ୍ରିଦର ଭିନସିୟସ ଜୁନିଅର ଫାଇନାଲ ମୁକାବିଲା ନାୟକ ସାଜିଥିଲେ ।

  • The moment Real Madrid C.F. became five-time #ClubWC Champions 🏆

    — FIFA World Cup (@FIFAWorldCup) February 11, 2023 " class="align-text-top noRightClick twitterSection" data=" ">

ଏହି ଫାଇନାଲ ମ୍ୟାଚରୁ 40 ହଜାରରୁ ଅଧିକ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଥିଲେ । ରିଅଲ ମାଦ୍ରିଦ 5-3 ଗୋଲରେ ବିଜୟୀ ହୋଇ ପଞ୍ଚମ ଥର ପାଇଁ ଟ୍ରଫି ନିଜ ନାମରେ କରି ନେଇଛି । ଫ୍ଲାମେଙ୍ଗୋର ପେଡ୍ରେ 4ଟି ଗୋଲ ସ୍କୋର କରି ଟପ୍‌ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି । ଭିନସିୟସ ଜୁନିୟର ଗୋଲ୍ଡେନ ବଲ, ମାଦ୍ରିଦର ଫେଡେରିକୋ ସିଲଭର ବଲ ଓ ଅଲ ହିଲାଲର ଲୁସିଆନୋଭିଏଟଟୋ ବ୍ରୋଞ୍ଜ ବଲ ପୁରସ୍କାର ଜିତିଛନ୍ତି । 2000 ମସିହାରେ ଏହି କ୍ଲବ ବିଶ୍ବକପର ପ୍ରଥମ ସଂସ୍କରଣ ଖେଳାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.