ETV Bharat / sports

Boxer Nikhat Zareen: ସୁନା ଝିଅ ନିଖତଙ୍କୁ ଭେଟିଲେ ମୋଦି, ଜର୍ସିରେ ଦେଲେ ଅଟୋଗ୍ରାଫ

author img

By

Published : Jun 1, 2022, 10:30 PM IST

ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ର ସ୍ବର୍ଣ୍ଣ ପଦକ ବିଜେତା ନିଖତ ଜରିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଖତଙ୍କୁ ଭେଟି ତାଙ୍କ ଜର୍ସିରେ ଅଟୋଗ୍ରାଫ ଦେଇଛନ୍ତ ମୋଦି । ଅଧିକ ପଢ଼ନ୍ତୁ

ଭାରତର ସୁନା ଝିଅ ନିଖତ ଜରିନଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ର ସ୍ବର୍ଣ୍ଣ ପଦକ ବିଜେତା ନିଖତ ଜରିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଖତଙ୍କୁ ଭେଟି ତାଙ୍କ ଜର୍ସିରେ ଅଟୋଗ୍ରାଫ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି । ଏହାର ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି ନିଖତ ।

An honour to meet our Hon’ble PM @narendramodi sir.
Thank you sir😊🙏🏻 pic.twitter.com/8V6avxBG9O

— Nikhat Zareen (@nikhat_zareen) June 1, 2022

ନିଖତ ଜରିନରଙ୍କ ସହ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ପଦକ ହାସଲ କରିଥିବା ଅନ୍ୟ ଭାରତୀୟ ମହିଳା ବକ୍ସରଙ୍କୁ ଭେଟିଛନ୍ତି ମୋଦି । କାଂସ୍ୟ ପଦକ ହାସଲ କରିଥିବା ମନୀଷା ମୌନ, ପର୍‌ବିନ୍‌ ହୁଡ୍ଡାଙ୍କୁ ମୋଦିଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତ ମାସରେ ତୁର୍କୀରେ ଆୟୋଜିତ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନିଖତ । ଏଭଳି କାରନାମା କରିବାରେ ସେ ପଞ୍ଚମ ଭାରତୀୟ ମହିଳା ବକ୍ସର ।

ମୋଦିଙ୍କୁ ଭେଟିବା ପରେ ନିଖତ ଜରିନ୍‌ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ସମ୍ମନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମୋ ପାଇଁ ଗର୍ବର ବିଷୟ ।"

ତେଲେଙ୍ଗାନା ଝିଅ ନିଖତ ଜରିନ ତୁର୍କୀରେ ଆୟୋଜିତ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ପ୍ରତିପକ୍ଷ ଖେଳାଳିଙ୍କୁ ୫-୦ରେ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୫୨ କେଜି ବର୍ଗରେ ସେ ଥାଇଲାଣ୍ଡର ଜିତପଙ୍ଗ ଜୁତାମାସ୍‌ଙ୍କୁ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ ସେଟ୍‌ରେ ମାତ୍‌ ଦେଇଥିଲେ । ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ ହୋଇ ପାରିଛି । ଏହାପୂର୍ବରୁ ମାରିକମ୍‌ ୨୦୧୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ନୂଆଦିଲ୍ଲୀ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ର ସ୍ବର୍ଣ୍ଣ ପଦକ ବିଜେତା ନିଖତ ଜରିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଖତଙ୍କୁ ଭେଟି ତାଙ୍କ ଜର୍ସିରେ ଅଟୋଗ୍ରାଫ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି । ଏହାର ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି ନିଖତ ।

ନିଖତ ଜରିନରଙ୍କ ସହ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ପଦକ ହାସଲ କରିଥିବା ଅନ୍ୟ ଭାରତୀୟ ମହିଳା ବକ୍ସରଙ୍କୁ ଭେଟିଛନ୍ତି ମୋଦି । କାଂସ୍ୟ ପଦକ ହାସଲ କରିଥିବା ମନୀଷା ମୌନ, ପର୍‌ବିନ୍‌ ହୁଡ୍ଡାଙ୍କୁ ମୋଦିଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତ ମାସରେ ତୁର୍କୀରେ ଆୟୋଜିତ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନିଖତ । ଏଭଳି କାରନାମା କରିବାରେ ସେ ପଞ୍ଚମ ଭାରତୀୟ ମହିଳା ବକ୍ସର ।

ମୋଦିଙ୍କୁ ଭେଟିବା ପରେ ନିଖତ ଜରିନ୍‌ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ସମ୍ମନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମୋ ପାଇଁ ଗର୍ବର ବିଷୟ ।"

ତେଲେଙ୍ଗାନା ଝିଅ ନିଖତ ଜରିନ ତୁର୍କୀରେ ଆୟୋଜିତ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ପ୍ରତିପକ୍ଷ ଖେଳାଳିଙ୍କୁ ୫-୦ରେ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୫୨ କେଜି ବର୍ଗରେ ସେ ଥାଇଲାଣ୍ଡର ଜିତପଙ୍ଗ ଜୁତାମାସ୍‌ଙ୍କୁ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ ସେଟ୍‌ରେ ମାତ୍‌ ଦେଇଥିଲେ । ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ ହୋଇ ପାରିଛି । ଏହାପୂର୍ବରୁ ମାରିକମ୍‌ ୨୦୧୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.