ଭୁବନେଶ୍ବର: ରାଜଧାନୀରେ ରହୁଥିବା ୧୭ ବର୍ଷରୁ କମ୍ ଜାତୀୟ ଫୁଟବଲ ଖେଳାଳିଙ୍କ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ କରିଛି ରାଜ୍ୟ କ୍ରୀଡ଼ା ବିଭାଗ । ଡିସେମ୍ବର ୨୫ ତାରିଖରେ ୧୫ରୁ ୧୮ ବର୍ଷୀୟ କିଶୋର ବା ଯୁବଗୋଷ୍ଠୀଙ୍କ ଟୀକାକରଣକୁ ଅନୁମତି ଦେଇଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
-
Odisha Sports kicks-off vaccination drive for U-17 boys
— Indian Football Team (@IndianFootball) January 5, 2022 " class="align-text-top noRightClick twitterSection" data="
Read 👉🏼 https://t.co/1zWXfMScv1#IndianFootball ⚽️ #IndianFootballForwardTogether 💪🏼 pic.twitter.com/uIfM2wtFVc
">Odisha Sports kicks-off vaccination drive for U-17 boys
— Indian Football Team (@IndianFootball) January 5, 2022
Read 👉🏼 https://t.co/1zWXfMScv1#IndianFootball ⚽️ #IndianFootballForwardTogether 💪🏼 pic.twitter.com/uIfM2wtFVcOdisha Sports kicks-off vaccination drive for U-17 boys
— Indian Football Team (@IndianFootball) January 5, 2022
Read 👉🏼 https://t.co/1zWXfMScv1#IndianFootball ⚽️ #IndianFootballForwardTogether 💪🏼 pic.twitter.com/uIfM2wtFVc
ଏହାପରେ ବୁଧବାର ରାଜ୍ୟରେ ରହୁଥିବା ୧୭ ବର୍ଷରୁ କମ୍ ଜାତୀୟ ଫୁଟବଲ୍ ଖେଳାଳିଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହାକୁ ନେଇ ସର୍ବ ଭାରତୀୟ ଫୁଟବଲ୍ ଫେଡେରେସନ ଟ୍ବିଟ୍ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ମହାମରୀ ବିରୋଧ ଲଢ଼େଇ ଟୀକାକରଣ ନିତାନ୍ତ ଆବଶ୍ୟକ । ଏହାକୁ ହୃଦୟଙ୍ଗମ କରି ରାଜ୍ୟ କ୍ରୀଡ଼ା ବିଭାଗ ଖେଳାଳିଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ କରିଛି ।
ଏହାକୁ ନେଇ ଭାରତୀୟ ଫୁଟବଲ୍ ଫେଡେରେସନର ମହାସଚିବ ରାଜ୍ୟ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, "ଓଡ଼ିଶା କ୍ରୀଡ଼ା ବିଭାଗ ସବୁବେଳେ ଖେଳାଳି ଓ ଅନ୍ୟ ସଦସ୍ୟଙ୍କ ସୁଚିନ୍ତା କରି ଆସିଛି । ଯାହାର ଏକ ଚିତ୍ର ହେଉଛି ବୁଧବାର ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍ ଜାତୀୟ ଫୁଟବଲ ଖେଳାଳିଙ୍କ କୋଭିଡ ଟୀକାକରଣ ।"
କେବଳ ଜାତୀୟ ଖେଳାଳିଙ୍କ ଟୀକାକରଣ ନୁହେଁ । ରାଜ୍ୟ କ୍ରାଡ଼ା ବିଭାଗ ଭାରତୀୟ ମହିଳା ଫୁଟବଲ ଟିମ୍ର ସଦସ୍ୟ, ଗୋଲ୍ଡ କପ୍, ସୁପର କପ୍, ଇଣ୍ଡିଆନ୍ ସୁପର ଲିଗ୍ର ଆୟୋଜନ କରି ଆସିଛି । ଏହାକୁ ନେଇ ଭାରତୀୟ ଫୁଟବଲ୍ ଫେଡେରେସନ ରାଜ୍ୟ କ୍ରାଡ଼ା ବିଭାଗର ପ୍ରଶଂସା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ